ହିନ୍ଦୁସ୍ଥାନ ପେଟ୍ରୋଲିୟମରେ ଚାକିରି ସୁଯୋଗ, ପାଖେଇ ଆସିଲାଣି ଶେଷ ତାରିଖ; ଜଲଦି କରନ୍ତୁ ଆବେଦନ
ଶୀଘ୍ର କରନ୍ତୁ ଆପ୍ଲାଏ । ଜାଣନ୍ତୁ କେମିତି ମିଳିବ ଚାକିରି ।
ନୂଆଦିଲ୍ଲୀ: ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ୍ ଲିମିଟେଡ (ଏଚପିସିଏଲ୍)ରେ ବଡ଼ ନିଯୁକ୍ତି । ଏଚପିସିଏଲରେ ୧୦୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜୁନିୟର ଏଗଜିକ୍ୟୁଟିଭ୍ ପଦ ପାଇଁ ୧୦୦ରୁ ଅଧିକ ପଦ ଖାଲି ଥିବାବେଳେ ପୂରା କରିବା ପାଇଁ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଆବେଦନକାରୀଙ୍କ ବୟସ ସୀମା ୨୫ ବର୍ଷରୁ କମ୍ ହୋଇଥିବାବେଳେ ଉପଯୁକ୍ତ ଫିଲ୍ଡରେ ଡିପ୍ଲୋମା ପାଠ୍ୟକ୍ରମ ପଢ଼ିଥିବା ଆବଶ୍ୟକ ।
ଆବେଦନର ଶେଷ ତାରିଖ ୨୧ ମେ, ରାତି ୧୧ଟା ୫୯ ମିନିଟ ।
ଚୟନ ପ୍ରକ୍ରିୟା
-କମ୍ପ୍ୟୁଟର ବେସଡ ପରୀକ୍ଷା ହେବ ।
-ଗ୍ରୁପ୍ ଟାସ୍କ
-ସ୍କିଲ ଟେଷ୍ଟ
-ସାକ୍ଷାତକାର
-ମେଡିକାଲ ଟେଷ୍ଟ
-ଫିଜିକାଲ ଫିଟନେଶ୍
ଦରମା: ଆବେଦନ ପାଇଁ ୧୧୮୦ ଟଙ୍କା ଆପ୍ଲିକେଶନ ଫି ରହିଛି । ମାସକୁ ଦରମା ବାବଦକୁ ୩୦ ହଜାରରୁ ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।
ଖାଲି ପଦବୀ: ଜୁନିଅର ଏଗଜିକ୍ୟୁଟିଭ୍; ମେକାନିକାଲ(୧୧) ଜୁନିଅର ଏଗଜିକ୍ୟୁଟିଭ୍; ଇଲେକ୍ଟ୍ରିକ୍ (୧୭) ଜୁନିଅର ଏଗଜିକ୍ୟୁଟିଭ୍; ଇନଷ୍ଟ୍ରୁମେଣ୍ଟାଲ (୦୬) ଜୁନିଅର ଏଗଜିକ୍ୟୁଟିଭ୍; କେମିକାଲ(୪୧) ଜୁନିଅର ଏଗଜିକ୍ୟୁଟିଭ୍; ଫାୟାର ସେଫ୍ଟି(୨୮) ପଦରେ ନିଯୁକ୍ତି ଦିଆଯିବ ।