fbpx
BJD
BJD SKY
BJD SKY

ହ୍ରିତିକ୍-ସବା ଆଜାଦଙ୍କ ଡିନର୍ ଡେଟ୍! ଦୁହେଁ ଦୁହିଁଙ୍କ ହାତ ଧରିଯାଉଥିବା ବେଳେ କ୍ୟାମେରାରେ ହେଲେ କଏଦ୍, ଚୁଟିରେ ଲୁଚାଇଲେ ମୁହଁ

BJD

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଙ୍କ ଲଭ୍ ଲାଇଫ୍ ଏବେ ଚର୍ଚ୍ଚାରେ ରହିଛି । ଗତ ରାତିରେ ହ୍ରିତିକ୍ ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ସବା ଆଜାଦ୍ ଙ୍କ ସହିତ ନଜର ଆସିଥିଲେ । ଦୁହେଁ ଏକ ଡିନର୍ ଡେଟ୍ ରେ ଯାଇଥିବା ରିପୋର୍ଟସ୍ ରୁ ଜଣାପଡ଼ିଛି । କାଫେରୁ ବାହାରକୁ ଆସୁଥିବା ବେଳେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

କାଫେରୁ ବାହାରିବା ସମୟରେ ଦୁହେଁ କ୍ୟାମେରାରେ କଏଦ୍ ହୋଇଥିଲେ । ଦୁହେଁ କ୍ୟାମେରାରୁ ବଞ୍ଚିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ । ସବା ନିଜ ଚୁଟିରେ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିବା ବେଳେ ହ୍ରିତିକ୍ କ୍ୟାପ୍ ରେ ଫେସ୍ କୁ କଭର୍ କରୁଥିବା ଦେଖିବାକୁ ମିଳିଥିଲା ।

ତେବେ କାଫେ ଭିତରୁ ମଧ୍ୟ ହ୍ରିତିକ୍ ଓ ସବାଙ୍କ ଫଟୋକୁ କ୍ୟାପଚର୍ କରାଯାଇଛି । ଫଟୋଟି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ସବା ମେନୁ ଦେଖୁଛନ୍ତି । ଏହାପରେ ଦୁହିଁଙ୍କ ମଧ୍ୟରେ ଲଭ୍ ରିଲେସନ୍ ଥିବା ଖବର ବ୍ୟାପିବାରେ ଲାଗିଛି ।

Get real time updates directly on you device, subscribe now.