fbpx
BSKY SKY
BSKY SKY

ଆସନ୍ତା ଜୁନ୍ ୧ରୁ HSRP ଆବେଦନ ଆରମ୍ଭ, ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଗଲା ସୂଚନା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ୍ ମାସ ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ୧୦ ହଜାର ଟଙ୍କାର ଫାଇନ୍ ଆଦାୟ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହା ପରର ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ ରହିଥିବା ବେଳେ ଏହା ପୂର୍ବର ପୁରୁଣା ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ନାହିଁ । ତେଣୁ ନୂଆ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ରାଜ୍ୟରେ ଏହି ନମ୍ବର ପ୍ଲେଟ୍ ପ୍ରଦାନକାରୀ ୪ଟି ସଂସ୍ଥା ରହିଥିବା ବେଳେ ନମ୍ବର ଆବେଦନ ପାଇଁ ସୋସାଇଟି ଅଫ୍ ଇଣ୍ଡିଆନ ଆଟୋମୋବାଇଲ ମାନୁଫ୍ୟାକଚର୍ସ (ଏସଆଇଏଏମ) ପୋର୍ଟାଲାକୁ ଯିବାକୁ ପଡ଼ିବ ।

ଏଚଏସଆରପି ନମ୍ବର ପ୍ଲେଟ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ ଓ ତା’ର ବ୍ରାଞ୍ଚ କେଉଁଠି ଅଛି ସେ ବାବଦରେ ସମସ୍ତ ତଥ୍ୟ ଆବେଦନ ସମୟରେ ଜଣାପଡ଼ିବ । ଗାଡ଼ି ଚାଳକମାନେ ନିଜର ସୁବିଧା ଅନୁଯାୟୀ ଯେ କୌଣସି ସଂସ୍ଥାକୁ ବାଛି ପାରିବେ । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.