fbpx
BJD SKY
BJD SKY

ବାରବାଟୀ T-20: ଜୁନ୍ ୧ରୁ ମିଳିବ ଅନଲାଇନ୍ ଟିକେଟ୍, ଜାଣନ୍ତୁ କେଉଁ ଆପରେ ଓ କେଉଁ ୱେବସାଇଟରେ କରିିବେ ବୁକିଂ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ବାରବାଟୀରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ । ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍ ମାସ ୧ ତାରିଖରୁ ଟିକେଟ୍ ମିଳିବ । ଦିନ ୧୧ଟାରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟିକେଟ ପ୍ରଦାନ କରାଯିବ । କ୍ରୀଡ଼ାପ୍ରେମୀମାନେ ପେଟିଏମ୍ ଇନସାଇଡର୍ ଆପ୍, ପେଟିଏମ୍ ଆପ ଓ www.insider.in ୱେବସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ପାଇଁ ଦିନ ୧୧ଟାରୁ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି କରାଯିବ । ୨ନଂ, ୪ନଂ, ୭ନଂ ଗ୍ୟାଲେରୀ, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ବୁକିଂ କରାଯିବ । ଜଣେ ବ୍ୟକ୍ତି ପରିଚୟ ପତ୍ର ଦେଖାଇ ୨ଟି ଟିକେଟ୍ ବୁକ୍ରି କରିପାରିବେ । ଆସନ୍ତା ମାସ ୯ ତାରିଖରୁ କାଉଣ୍ଟରରେ ଅଫଲାଇନରେ ଟିକେଟ ବିକ୍ରି କରାଯିବ । ଏନେଇ ଓଡ଼ିଶା କ୍ରିକେଟ ଆକାଡେମୀ (ଓସିଏ) କର୍ତ୍ତୃପକ୍ଷ ଏକ ପେସମିଟରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାରବାଟୀ ଟି-୨୦ ପାଇଁ ଗତ ୨୦ ତାରିଖରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ପୋଲିସ କମିଶନର, ଓସିଏ ଅଧିକାରୀ, କ୍ରୀଡ଼ା ସଚିବ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ମ୍ୟାଚ ପୂର୍ଣ୍ଣ ଦର୍ଶକ କ୍ଷମତାରେ ହେବା ସହ ଏଥିପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କମିଶନର ସୂଚନା ଦେଇଥିଲେ । ଅନଲାଇନ ଟିକେଟ ବିକ୍ରିରେ ଯେପରି ଅନିୟମିତତା ନହେବ ସେଥିପାଇଁ କମିଶନର ଗୁରୁତ୍ୱ ଦେଇଥିଲେ ।

Get real time updates directly on you device, subscribe now.