fbpx

ଭାରତୀୟ ନୌସେନାକୁ ମିଳିବ ନୂଆ ହତିଆର: ପ୍ରସ୍ତୁତ ହେଉଛି ଆତ୍ମଘାତୀ ଡ୍ରୋନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଖୁବଶୀଘ୍ର ପସ୍ତୁତ ହେବାକୁ ଯାଉଛି ଆତ୍ମଘାତୀ ଡ୍ରୋନ । ଶତୃମାନଙ୍କ ପାଇଁ ଏହା ଖୁବ ଭୟଙ୍କର ପ୍ରମାଣିତ ହୋଇପାରେ । ସେମାନଙ୍କ ଜାହାଜ, ବିମାନ ଇତ୍ୟାଦିକୁ ସହଜରେ ଟାର୍ଗେଟ କରିପାରିବ ଏହି ହତିଆର । ଏଥିପାଇଁ ରକ୍ଷା କ୍ଷେତ୍ରରେ କାମ କରୁଥିବା କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ ବାଙ୍ଗାଲୁରୁର ଏକ ଷ୍ଟାର୍ଟ-ଅପ କମ୍ପାନୀ ନ୍ୟୁସ୍ପେସ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ସହ ଚୁକ୍ତି ସ୍ୱାକ୍ଷର କରିଛି ।

ଉଭୟ କମ୍ପାନୀଙ୍କ ମିଳିତ ସହଯୋଗରେ ନିର୍ମାଣ ହେବ ମାନବ ବିହୀନ ଡ୍ରୋନ । ଏଭଳି କିଛି ହତିଆର ପ୍ରସ୍ତୁତ କରିବାର କନ୍ସେପ୍ଟ ପାଇଁ ମାତ୍ର କିଛିଟା ଦେଶ ନିକଟରେ ହିଁ ଅନୁମତି ରହିଛି । ଏହି ହତିଆରର ଦୁଇଟି ପାଶ୍ୱର୍ ଥାଏ । ପ୍ରଥମତଃ ପାଣି ଭିତରେ ଏବଂ ଦ୍ୱିତୀୟରେ ଏହା ଉଡିବା ପାଇଁ ମଧ୍ୟ ସକ୍ଷମ ରହିଛି । ତେବେ ଏହି ହତିଆର ଭାରତରେ ବିକଶିତ ହେଲେ, ଏହା ଖୁବ ଅତ୍ୟାଧୁନିକ ହତିଆର ପାଲଟିବ ।

ସୂଚନା ଅନୁସାରେ, ବର୍ତ୍ତମାନ ଏହି ଅନୁମତି କେବଳ ଆମେରିକା ନିକଟରେ ରହିଛି । ଏହା କୌଣସି ବି ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସଫଳତା ପାଇ ପାରିବ । ସମୁଦ୍ର ଭିତରୁ ଶତୃରାଷ୍ଟ୍ରଙ୍କୁ ଏବଂ ସେମାନଙ୍କ ଚାଲକୁ ପଣ୍ଡ କରିବାରେ ଖୁବ ସହାୟତା ହେବ ଏହି ଡ୍ରୋନ ।

Get real time updates directly on you device, subscribe now.