fbpx
BSKY SKY
BSKY SKY

ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସହ ଚାଇଲ୍ଡ ଚ୍ୟାମ୍ପିୟନଙ୍କ ଆଲୋଚନା

BSKY

ଭୁବନେଶ୍ବର : ଆନ୍ତର୍ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ସଂସ୍ଥା ସେଭ ଦି ଚିଲ୍ଡ୍ରେନ ତରଫରୁ ଭୁବନେଶ୍ବର ସ୍ଥିତ ହୋଟେଲ ପ୍ରେସିଡେନ୍ସି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନର ଶ୍ରୀମତୀ ସନ୍ଧ୍ୟାବତି ପ୍ରଧାନ ଓ ସଭ୍ୟା ଶ୍ରୀମତୀ ଦିବ୍ୟା ଶାଶ୍ଵତୀ ଯୋଗଦେଇ ଚାଇଲ୍ଡ ଚ୍ୟାମ୍ପିୟନ ମାନଙ୍କ ସହ ଶିଶୁ ସୁରକ୍ଷା, ଅଧିକାର,ବାଲ୍ୟବିବାହ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି ।
ବୌଦ୍ଧ ଜିଲ୍ଲାର ଚାଇଲ୍ଡ ଚ୍ୟାମ୍ପିୟନ ଦେବସ୍ମିତା ଆଲୋଚନାରେ ଯୋଗଦେଇ ଶିଶୁ ସୁରକ୍ଷା, ଶିକ୍ଷା ଓ ବାଲ୍ୟବିବାହ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ସେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେବସ୍ମିତା ଓ ତାଙ୍କ ସାଥିମାନେ ମିଶି ବୌଦ୍ଧ ଜିଲ୍ଲାରେ ୫ ଗୋଟି ବାଲ୍ୟବିବାହ ବନ୍ଦ କରିଥିବା ବେଳେ କୋଭିଡ ସମୟରେ ଶିଶୁ ମାନଙ୍କର ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ ପ୍ରକାରର ଦାବିପତ୍ର ସରକାରୀ ଅଧିକାରୀ ମାନଙ୍କୁ ପ୍ରଦାନ କରିଥିଲେ । ଏହାକୁ କମିଶନର ଶ୍ରୀମତୀ ସନ୍ଧ୍ୟାବତି ପ୍ରଧାନ ଖୁବ ପ୍ରଶଂସା କରିଥିବା ବେଳେ ରାଜ୍ୟରେ ଦେବସ୍ମିତା ଭଳି ଆହୁରି ଅନେକ ଚାଇଲ୍ଡ ଚ୍ୟାମ୍ପିୟନ ତିଆରି କରିବା ଓ ଶିଶୁ ମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ନିମନ୍ତେ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନର ଡେପୁଟି ସି.ଇ.ଓ ଶ୍ରୀ ଦେବୀ ପ୍ରସାଦ ନାୟକ,ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟକାରୀ ନିର୍ଦେଶକ ଡଃ ଜ୍ଞାନରଞ୍ଜନ ଦାଶ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଚନ୍ଦନେଶ ମିଶ୍ର, ସେଭ ଦି ଚିଲ୍ଡ୍ରେନର କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟ ପ୍ରଦୀପ କୁମାର ମିଶ୍ର, ଓଡିଶା ରାଜ୍ୟ ମୁଖ୍ୟ ଡଃ ଅଭିଜୀତ ଭଦ୍ର ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ସେମାନଙ୍କର ମତାମତ ପ୍ରଦାନ କରିବା ସହିତ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।

ଆକ୍ସନ ଏଡ ର ଜିଲ୍ଲା ସଂଯୋଜିକା ସ୍ଵାତୀ ତନ୍ମୟା ମିଶ୍ର କିଶୋରି ଏବଂ ବାଳିକା ମାନଙ୍କ ନିମନ୍ତେ ଚାଲିଥିବା ଅଦ୍ଵିକା କାର୍ୟ୍ୟକ୍ରମ, ବାଲ୍ୟ ବିବାହ ତଥା ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଏଥିସହ ଓଡିଶାରେ ଶିଶୁ ଅଧିକାରକୁ ନେଇ କାର୍ଯ୍ୟ କରୁଥିବା ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧି ମାନେ ମଧ୍ୟ ଏଥିରେ ଯୋଗଦେଇ ଶିଶୁ ଅଧିକାର ଦିଗରେ ମତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସେଭ ଦି ଚିଲ୍ଡ୍ରେନର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.