fbpx

ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ: HSRP ନଥିଲେ ୫ରୁ ୧୦ ହଜାର ଫାଇନ୍ ଆଦାୟ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ନେଇ ରାଜ୍ୟ ସରକାର ଗତବର୍ଷ ବାଧ୍ୟତାମୂଳକ କରିଥିଲେ । ପରବର୍ତ୍ତୀ ସମୟରେ ଏନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ସମୟସୀମା ଏକାଧିକ ବାର ବୃଦ୍ଧି କରି କରିଥିଲେ ରାଜ୍ୟ ସରକାର ।

ତେବେ ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଆରମ୍ଭ ହେବ । ଯେଉଁ ଗାଡ଼ିଗୁଡ଼ିକରେ ଏଚଏଚଅରପି ନଥିବ, ସେହି ଗାଡ଼ି ଚାଳକଙ୍କଠାରୁ ଠାରୁ ଇ-ଚାଲାଣ ମାଧ୍ୟମରେ ୫-୧୦ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ଜୁନ ୨୩ ତାରିଖରୁ ରାଜ୍ୟରେ ଏଚଏସଆରପି ଚେକିଂ କରାଯିବ ବୋଲି ଗତ ୮ ତାରିଖରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବର୍ତ୍ତମାନ ରାଜ୍ୟରେ ୧୦ ଲକ୍ଷ ଗାଡ଼ିରେ ଏଚଏସଆରପି ଲାଗି ନାହିଁ । ତେଣୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ରାସ୍ତାକୁ ଗାଡ଼ି ବାହାର ନକରିବାକୁ କୁହାଯାଇଛି । ନକଲି ରେଜିଷ୍ଟ୍ରେସନ କରିଥିବା ଗାଡ଼ିକୁ ସିଜ୍ କରିଦିଆଯିବ । ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିବା ଗାଡ଼ି ମାଲିକଙ୍କର ଫାଇନ୍ କଟାଯିବ ନାହିଁ । ରାଜ୍ୟରେ ୪୦ ଲକ୍ଷରୁ ଅଧିକ ଗାଡ଼ିର ନମ୍ବର ପ୍ଲେଟ ପାଇଁ ଆବେଦନ କରାଯାଇଥିବା ବେଳେ ୩୭ ଲକ୍ଷରୁ ଅଧିକ ଗାଡ଼ିରେ ଏହା ଲାଗି ସାହିଛି । ସେହିପରି ଅବଶିଷ୍ଟ ୩ ଲକ୍ଷ ଗାଡ଼ିରେ ନମ୍ବର ପ୍ଲେଟ୍ ଲାଗିବା ନେଇ ପ୍ରକ୍ରିୟା ଚାଲିଛି ।

Get real time updates directly on you device, subscribe now.