ପୃଥିବୀ ମୁହାଁ ବିଶାଳକାୟ ଉଲ୍‌କା ପିଣ୍ଡ, ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ମାଡ଼ି ଆସୁଛି

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ପୁଣି ଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି । ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବିଶାଳ ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼ । ଶନିବାର ରାତିରେ ଏହା ପୃଥିବୀ ନିକଟରେ ଦେଇ ଗତି କରିବ । ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି ।

ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୯ ଗୁଣ ଅଧିକ ଦୂରରେ ଉଲକା ପିଣ୍ଡଟି ଶନିବାର ରାତିରେ ପୃଥିବୀକୁ ଅତିକ୍ରମ କରିବ । ଏହା ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ଗତି କରୁଛି । ତେଣୁ ଏହା ସାମ୍ନାରେ ଯଦି କୌଣସି ଗ୍ରହ କିମ୍ବା ନକ୍ଷତ୍ର ଆସିବେ, ସେଗୁଡ଼ିକ ଧ୍ୱଂସ ହୋଇଯିବେ । ଏହି ଉଲକା ପିଣ୍ଡର ନାଁ ୨୦୧୬ ଏଜେ୧୯୩ ରଖାଯାଇଛି । ଚଳିତ ଥର ଏହି ଉଲକା ପିଣ୍ଡ ପୃଥିବୀର କୌଣସି କ୍ଷତି କରିପାରିବ ନାହିଁ । କିନ୍ତୁ ୨୦୬୩ରେ ଏପରି ପୁଣି ଏପରି ଏକ ବିଶାଳୟ କାୟ ଉଲକା ପିଣ୍ଡ ପୃଥିବୀରେ ମାଡ଼ ହେବାର ଆଶଙ୍କା ଥିବା ନାସା ପୂର୍ବାନୁମାନ କରିଛି ।