fbpx

ଷ୍ଟକ୍ ମାର୍କେଟରେ ବଡ଼ ହ୍ରାସ! 983 ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ନୂଆଦିଲ୍ଲୀ, ୩୦/୦୪: ଶୁକ୍ରବାର ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୯୮୩ ପଏଣ୍ଟ ହ୍ରାସ ପାଇଛି, ଅର୍ଥାତ୍ ୧.୯୮%, ଖସି ୪୮,୭୮୨ ରେ ବନ୍ଦ ହୋଇଛି । ଏଥି ସହିତ ନିଫ୍ଟିରେ ମଧ୍ୟ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି । ନିଫ୍ଟି ୨୬୩ ପଏଣ୍ଟ ବା ୧.୭୭% ଖସି ୧୪,୬୩୧ ରେ ବନ୍ଦ ହୋଇଛି । ବିଏସଇର ସମସ୍ତ ବିଭାଗର ସୂଚକାଙ୍କ ଲାଲ୍ ସଂଙ୍କେତ ତଳେ ବନ୍ଦ ହୋଇଛି । ୩୦ ଟି ସୂଚକାଙ୍କ ମଧ୍ୟରୁ କେବଳ ୫ ଟି ଇଣ୍ଡେକ୍ସ ଉପରେ ରହିଥିଲା, ୨୫ ରେ ହ୍ରାସ ଘଟିଥିଲା । ଆଜି ସକାଳେ ବିଏସଇର ସେନସେକ୍ସ ୪୮୫ ପଏଣ୍ଟ ଅର୍ଥାତ୍ ୦.୯୭% ପତନ ସହ ୪୯,୨୮୦.୭୭ ରେ ଖୋଲିଥିଲା,  । ସେହିଭଳି ନିଫ୍ଟି ୧୩୮ ପଏଣ୍ଟ ବା ୦.୯୩% ଖସି ୧୪,୭୫୬ ରେ ଖୋଲିଥିଲା ।

ଏହି ସେୟାରରେ ରହିଥିଲା ଶୀଘ୍ରତା:

ବିଏସଇରେ ଆଜି ଓଏନଜିସି, ସନଫାର୍ମା, ଡ.ରେଡ୍ଡୀ ସେୟାରରେ ଶୀଘ୍ରତା ରହିଥିଲା । ଓଏନଜିସିର ସେୟାରରେ ସବୁଠାରୁ ଅଧିକ୪% ପର୍ଯ୍ୟନ୍ତ ବଢିଥିଲା । ଏହା ଛଡା ପ୍ରାୟ ସବୁ ସେୟାର ଲାଲ ସଂଙ୍କେତ ତଳେ ବନ୍ଦ ହୋଇଛି । ପାୱର ଗ୍ରୀଡ , ଇନଫୋସିସ, BAJAJ-AUTO,NTPC, INDUSIND Bank, Bajaj Finance, ITC e ସେୟାରରେ ହ୍ରାସ ଦେଖିବାକୁ ମିଳିଥିଲା । ସେହିଭଳି  NSE ରେ ONGC, COAL INDIA, DIVISLAB, GRASIM, IOC ସେୟାରରେ ଉନ୍ନତି ରହିଥିବାବେଳେ HDFC, HDFC BANK, KOTAK BANK, ICICI BANK ASIANPAINT ର ସେୟାର ହ୍ରାସ ସହିତ ବନ୍ଦ ହୋଇଛି ।

Get real time updates directly on you device, subscribe now.