fbpx
BJD SKY
BJD SKY

ଶେୟର ବଜାରରେ ଅବନତି: ଆରବପତି ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଦେଲା ଏହି କମ୍ପାନୀ

BJD

ନୂଆଦିଲ୍ଲୀ: ଶେୟର ବଜାରରେ ଅବନତି ଏବେ ସିଧାସଳଖ ଦୁନିଆର ସବୁଠୁ ଧନୀଲୋକଙ୍କ ପକେଟକୁ କରିଛି ଟାର୍ଗେଟ । କୁବେରରାଜ ମାନଙ୍କ ଧନ ସମ୍ପତ୍ତି ଉପରେ ପଡିଛି ପ୍ରଭାବ । ଏଥିରୁ ବାଦ ପଡିନାହାନ୍ତି ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଶେୟର ବଜାର ସହ ତାଙ୍କ ପୋଜିସନରେ ମଧ୍ୟ ହୋଇଛି ନିମ୍ନଗାମୀ । ଏସିଆର ଆରବପତିଙ୍କ ତାଲିକାରେ ୧ ନମ୍ବରରୁ ଦୁଇ ନମ୍ବରକୁ ଖସି ଆସିଛନ୍ତି ଅମ୍ବାନୀ । ତେବେ କିଏ ହୋଇଛନ୍ତି ଏସିଆର ସବୁଠୁ ଧନୀ ବ୍ୟକ୍ତି ଆସନ୍ତୁ ଜାଣିବା ।

Share Market On Record High: Sensex crosses 53,000 level for the first time, investors earn 2.5 lakh crore today | Share Market On Record High: Sensex ने पहली बार पार किया 53,000
ଏସିଆର ଆରବପତିଙ୍କ ନାଁ ଯେତେବେଳେ ଆସେ ସେତେବେଳେ ଅମ୍ବାନୀଙ୍କ ନାଁ ନିଶ୍ଚିତ ଆସେ । ଏସିଆର ଟପ ଆରବପତିଙ୍କ ମଧ୍ୟରେ ସେ ସବୁବେଳେ ନିଜ ସ୍ଥାନ ବଜାୟ ରଖିଥାନ୍ତି । କିନ୍ତୁ ଗତ ୨୪ ଘଣ୍ଟାରେ ଶେୟର ମାର୍କେଟରେ ହୋଇଥିବା ହଲଚଲରେ ତାଙ୍କ ସମ୍ପତ୍ତି ଉପରେ ବଡ ପ୍ରଭାବ ପଡିଛି । ୨୪ ଘଣ୍ଟାରେ ୬୭୨ ମିଲିୟନ ଡଲାର କମ ହୋଇଛି । ତେବେ ତାଙ୍କ ତୁଳନାରେ ଅନ୍ୟ ଆରବପତିଙ୍କର ଅଧିକ କ୍ଷତି ହୋଇଛି । ଲମ୍ବା ସମୟ ଧରି ଏସିଆର ସର୍ବଶ୍ରେଷ୍ଠ ଆରବପତି ରହିଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଏବେ ୮୯ ବିଲିୟନ ଡଲାରରେ ପହଞ୍ଚିଛି । ଫଳରେ ବିଶ୍ୱର ଆରବପତିଙ୍କ ତାଲିକାରେ ୧୧ ନମ୍ବରକୁ ଖସିଥିବା ବେଳେ ଏସିଆର ଦ୍ୱିତୀୟ ଆରବପତି ହୋଇଛନ୍ତି । ସେପଟେ ଗୌତମ ଅଡାନୀ ଏଣ୍ଟ ଫ୍ୟାମିଲି ୯୦ ବିଲିୟନ ଡଲାର ସହିତ ୧ ନମ୍ବର ସ୍ଥାନକୁ ଲମ୍ଫ ଦେଇଛି । ବିଶ୍ୱର ଦଶମ ଆରବପତି ଭାବେ ବିବେଚନା ହୋଇଛି ଗୌତମ ଅଡାନୀ ଏଣ୍ଟ ଫ୍ୟାମିଲି ।

World's top 10 richest as on September 17: Jeff Bezos sheds USD 4.25 billion from his total net worth; Mukesh Ambani holds on to 6th position
ଅନ୍ୟ ପକ୍ଷରେ ଫେସବୁକର ମାର୍କ ଜୁକରବର୍ଗଙ୍କୁ ମଧ୍ୟ ଏକ ବଡ କ୍ଷତି ହୋଇଛି । ଶେୟର ବଜାରରେ ଏଭଳି ଏକ ଅବନତିରେ ଜୁକରବର୍ଗଙ୍କୁ ମୋଟ ୨୯.୭ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି । ଏହାଦ୍ୱାରା ୮୪.୮ ବିଲିୟନ ଡଲାର ସହିତ ବିଶ୍ୱର ଦ୍ୱାଦଶ ସ୍ଥାନରେ ରହିଛନ୍ତି ମାର୍କ ଜୁକରବର୍ଗ । ସେହିପରି ଆମାଜୋନର ଜେଫ ବେଜୋସ ମଧ୍ୟ ଗୋଟିଏ ପାଦ ତଳକୁ ଖସି ୧୬୪.୮ ବିଲିୟନ ଡଲାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କ ସ୍ଥାନରେ ଅରନଲ୍ଟ ଏବେ ୧୯୩.୬ ବିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନ ଏବଂ ପ୍ରଥମରେ ୨୩୨.୩ ବିଲିୟନ ଡଲାର ସହିତ ନିଜ ସ୍ଥାନ ବଜାୟ ରଖିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଇଲନ ମସ୍କ ।

Get real time updates directly on you device, subscribe now.