fbpx

ରୋଇଂରେ ଦୁଇଟି ପଦକ ପାଇ ଗାଁକୁ ଫେରିବା ପରେ ଆୟୁଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଗଡ: ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ନାସନାଲ ରୋଇଂ ଚାମ୍ପିୟନସିପରେ ଚମକିଲେ ଆୟୁଷ ବଳ । ଗୋଟିଏ ଚାମ୍ପିୟନସିପରେ ଦୁଇ ଦୁଇଟି ପଦକ ହାସଲ କରିଛନ୍ତି ଆୟୁଷ । ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ । ଆୟୁଷଙ୍କ ଲକ୍ଷ୍ୟ ଅଲମ୍ପିକ୍ସରେ ପଦକ ହସଲ କରିବା । ଆୟୁଷଙ୍କ ଘର ଯାଜପୁର, ସୁକିନ୍ଦାର ନିମପଲ୍ଲୀ ଗାଁରେ ।

ପଞ୍ଜାବରେ ଅନୁଷ୍ଠିତ ସପ୍ତମ ଜାତୀୟ ରୋଇଂ ଚାମ୍ପିୟନସିପରେ ଭାଗନେଇ ସେ ଗୋଟିଏ ସୁବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ସବୁଠାରୁ ବଡ କଥା ହେଲା, ଏହି ପ୍ରତିଯୋଗିତାରେ ଓଡିଶାରୁ ଆୟୁଷ ଏକମାତ୍ର ପ୍ରତିଯୋଗୀ ଭାବେ ଏହି ସଫଳତା ହାସଲ କରିଛନ୍ତି ।

ପଞ୍ଜାବରୁ ଫେରିବା ପରେ ଆୟୁଷଙ୍କୁ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କୁ ବିରାଟ ଶୋଭାଯାତ୍ରାରେ ଗ୍ରାମବାସୀ ଗ୍ରାମ ପରିଭ୍ରମଣ କରିଦବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଥିସହ ସମସ୍ତ ଗ୍ରାମବାସୀ ଭୁରି ଭୋଜନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଆୟୁଷଙ୍କୁ ବହୁ ପ୍ରଶଂସା କରାଯାଉଛି । ସେ ଆଖପାଖର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ଗ୍ରାମବାସୀ କହୁଛନ୍ତି ।

ଆୟୁଷ ଏବେ +୨ରେ ପଢୁଛନ୍ତି । ଛୁଆଟି ଦିନରୁ ତାଙ୍କର କ୍ରିଡା ପ୍ରତି ଆଗ୍ରହ ରହିଥିଲା । ତେଣୁ କ୍ରୀଡା ପ୍ରଶିକ୍ଷଣ ପାଇଁ ପରିବାର ଲୋକେ ତାଙ୍କୁ କଟକ ଜଗତପୁର କ୍ରିଡା ହଷ୍ଟେଲରେ ନାମ ଲେଖାଇଥିଲେ ।

Get real time updates directly on you device, subscribe now.