fbpx

ମରିବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ଶରୀରର ଏହି ଅଙ୍ଗ: ଏତିକି ସମୟ ମଧ୍ୟରେ ହୋଇପାରିବ ଟ୍ରାନ୍ସପ୍ଲାଣ୍ଟ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କ ଶରୀରକୁ ପୋତି ଦିଆଯାଏ କିମ୍ବା ଶବଦାହ କରାଯାଇଥାଏ, କିନ୍ତୁ ଆପଣ ଜାଣନ୍ତି କି ଏହି ସମୟ ମଧ୍ୟରେ ଅନେକ ମାନବ ଅଙ୍ଗ ଜୀବନ୍ତ ରହିଥାଏ?

ମୃତ୍ୟୁ ପରେ ମଧ୍ୟ ଏପରି ଅନେକ ଅର୍ଗାନ୍ ବା ଅଙ୍ଗ ଅଛି, ଯାହା କାମ କରେ । ଏହି କାରଣରୁ ମୃତ୍ୟୁ ପରେ ଲୋକଙ୍କ ଅଙ୍ଗକୁ ଅନ୍ୟ ରୋଗୀଙ୍କଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଏ । ମଣିଷ ଶରୀରର କେଉଁ ଅଙ୍ଗ ମୃତ୍ୟୁ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ, ଆସନ୍ତୁ ଜାଣିବା ।

ଥରେ ମଣିଷର ମୃତ୍ୟୁ ହୋଇଗଲେ ଶରୀରର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦିଏ । ହାର୍ଟର ଧକ୍-ଧକ୍ ହେବା ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ମଧ୍ୟ ବନ୍ଦ ହୋଇଯାଏ । ସେହିଭଳି ଅବଶିଷ୍ଟ ଅଙ୍ଗଗୁଡ଼ିକ ମଧ୍ୟ ଧୀରେ ଧୀରେ ନିଷ୍କ୍ରିୟ ହୋଇଯାଏ ।

ଆଖି କେତେ ସମୟ ପର୍ଯ୍ୟନ୍ତ ବଞ୍ଚେ?
ଯେଉଁ ଲୋକମାନେ ଅଙ୍ଗ ଦାନ କରନ୍ତି, ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଶରୀରର ଅନେକ ଅଙ୍ଗକୁ ବାହାର କରି ଅନ୍ୟ ରୋଗୀଙ୍କୁ ଦିଆଯାଏ । ସବୁଠଶରୁ ଅଧିକ ଆଖି ଦାନ କରାଯାଏ । ମୃତ୍ୟୁ ପରେ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଆଖିକୁ ବାହାର କରିବା ଆବଶ୍ୟକ । ଯାହା ପରେ ଆଖି ଆଇ ବ୍ୟାଙ୍କରେ ରଖାଯାଏ ଏବଂ ଆବଶ୍ୟକ ଥିବା ରୋଗୀଙ୍କ ଉପରେ ଟ୍ରାନ୍ସପ୍ଲାଣ୍ଟ କରାଯାଏ । ଅର୍ଥାତ୍ ମନୁଷ୍ୟର ଆଖି ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ ।

ଏହି ଅଙ୍ଗଗୁଡ଼ିକର ଟ୍ରାନ୍ସପ୍ଲାଣ୍ଟ କରାଯାଏ :-
ଆଖି ବ୍ୟତୀତ କିଡନୀ, ହାର୍ଟ ଏବଂ ଲିଭରର ମଧ୍ୟ ପ୍ରତିରୋପଣ କରାଯାଏ । ମୃତ୍ୟୁ ପରେ ଏହି ଅଙ୍ଗଗୁଡ଼ିକର କୋଷଗୁଡ଼ିକ କାର୍ଯ୍ୟ ଜାରି ରଖିଥାଏ, ସେଥିପାଇଁ ତାହାକୁ ବାହାରକୁ ନିଆଯାଇ ମୃତ୍ୟୁର ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ଅନ୍ୟ ରୋଗୀକୁ ଦିଆଯାଏ । ମୃତ୍ୟୁର ପରବର୍ତ୍ତୀ ୪ ରୁ ୬ ଘଣ୍ଟା ମଧ୍ୟରେ ହାର୍ଟକୁ ଅନ୍ୟ ରୋଗୀକୁ ଟ୍ରାନ୍ସପ୍ଲାଣ୍ଟ କରାଯାଏ । ସେହିଭଳି କିଡନୀ ୭୨ ଘଣ୍ଟା ଏବଂ ଲିଭର ୮ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ ।

ଏହି ଅଙ୍ଗ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ :-
ତେବେ ଚର୍ମ ଏବଂ ହାଡକୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରଖାଯାଇପାରିବ । ଏହି ସମୟରେ ହାର୍ଟ ଭଲଭଗୁଡ଼ିକୁ ୧୦ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରଖାଯାଇପାରିବ । ଅଙ୍ଗ ଦାନ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଡୋନେଟ୍ ଲାଇଫ୍ ୱେବସାଇଟରେ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.