fbpx

ନ୍ୟୁୟର୍କରେ ବାତ୍ୟା ‘ଇଡ଼ା’ର ଭୟଙ୍କର ତାଣ୍ଡବ, ୪୪ରୁ ଅଧିକ ଲୋକଙ୍କର ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ଆସିଥିବା ବଡ଼ ବାତ୍ୟା ‘ଇଡ଼ା’ ଭୀଷଣ ତାଣ୍ଡବ କରିଛି । ନ୍ୟୁୟର୍କ ଅଞ୍ଚଳରେ ଗୁରୁବାର ରାତିରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ହୋଇଛିି । ଅଧିକାରୀମାନେ ଏହି ଝଡ଼ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ।

ତେବେ ବାତ୍ୟା ଯୋଗୁଁ ପ୍ରବଳ ବୃଷ୍ଟିପାତ ହୋଇଥିଲା, ଯେଉଁଥିରେ ନ୍ୟୁୟର୍କ ସହରରେ ଅଚାନକ୍ ଅଦ୍ଭୁଦପୂର୍ବ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାକାର ରାସ୍ତାଗୁଡିକ ପାଣିରେ ବୁଡ଼ିଯାଇଥିଲା । ସବୁ ସ୍ଥାନରେ ଜଳ ପ୍ରବାହିତ ଯୋଗୁଁ ଯାନବାହନ, ମେଟ୍ରୋ ସେବା ବନ୍ଦ କରାଯାଇଥିଲା । ବାତ୍ୟାର ଭୀଷଣ ରୂପକୁ ଦେଖି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

ବାତ୍ୟା ‘ଇଡା’ ଦ୍ୱାରା ଉତ୍ତର-ପୂର୍ବ ଆମେରିକା ଅଧିକ ପ୍ରଭାବିତ ହୋଇଛି । ବାତ୍ୟା ଯୋଗୁଁ ବିମାନ ଉଡ଼ାଣ ବାତିଲ କରିବାକୁ ପଡିଛି । ଲାଗାର୍ଡିଆ ଏବଂ ଜେଏଫକେ ବିମାନବନ୍ଦର ସହିତ ନ୍ୟୁୟର୍କ ବିମାନବନ୍ଦରରୁ ଶହ ଶହ ବିମାନ ବାତିଲ କରାଯାଇଛି । ଏକ ଭିଡିଓରେ ଦର୍ଶାଯାଇଛି ଯେ ବିମାନବନ୍ଦର ଟର୍ମିନାଲ ବର୍ଷା ପାଣିରେ ବୁଡ଼ି ରହିଛି ।

ନ୍ୟୁ ଜର୍ସି ଗଭର୍ଣ୍ଣର ଫିଲ୍ ମର୍ଫି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ବାତ୍ୟାରେ ନ୍ୟୁ ଜର୍ସିରୁ ଅତି କମରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବ୍ୟକ୍ତି ସେମାନଙ୍କ ଗାଡିରେ ଫସି ରହିଥିଲେ । ପୋଲିସ କହିଛି ଯେ, ନ୍ୟୁୟର୍କ ସହରରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୧୧ ଜଣ ସେମାନଙ୍କ ତଳ ମହଲାରୁ ବାହାରି ପାରିବେ ନାହିଁ । ପୀଡିତଙ୍କ ବୟସ ୨ ରୁ ୮୬ ବର୍ଷ ମଧ୍ୟରେ ରହିଛି ।

Get real time updates directly on you device, subscribe now.