fbpx

ଶସ୍ତା ସୁନା କିଣିବାର ଶେଷ ସୁଯୋଗ! ସରକାରଙ୍କ ଏହି ଯୋଜନାର ଆଜି ଅନ୍ତିମ ଦିବସ

ନୂଆଦିଲ୍ଲୀ: କରୋନା କାଳରେ ବି ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜି ହେଉଛି ଆପଣଙ୍କ ପାଇଁ ଶେଷ ସୁଯୋଗ । ରିଜର୍ଭ ବ୍ୟାଙ୍କ ବା RBIର ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାର ଷଷ୍ଠ ସିରିଜ୍ ଆଜି ବନ୍ଦ ହେବ । ଅଗଷ୍ଟ ୩୦ ତାରିଖରୁ ଏହି ସିରିଜ୍ ୫ ଦିନ ପାଇଁ ଖୋଲା ଯାଇଥିଲା । ଯଦି ଆପଣ ଶସ୍ତା ସୁନା କିଣିବାକୁ ଚାହୁଁଛନ୍ତି , ତେବେ ଆଜି କିିଣିପାରିବେ ।

ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ର ଷଷ୍ଠ ସିରିଜ୍ ପାଇଁ ପ୍ରତି ଗ୍ରାମ ପିଛା ୪,୭୩୨ ଟଙ୍କା ଧାର୍ଯ୍ୟ କରାଯାଇଛି । ଅର୍ଥାତ୍ ୧୦ ଗ୍ରାମ ସୁନା ପାଇଁ ଆପଣଙ୍କୁ ୪୭,୩୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସୋଭରେନ୍ ଗୋଲ୍ଡରେ ନିବେଶକୁ ନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଟ୍ୱିଟ୍ କରିଛି । ଏସବିଆଇ କହିଛି ଯେ, ଯଦି ଗ୍ରାହକମାନେ ଏଥିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ http://onlinesbi.com ୱେବସାଇଟକୁ ଯାଆନ୍ତୁ ।

ଯଦି ଆପଣ ସୋଭରେନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଡିଜିଟାଲ ମାଧ୍ୟମରେ କରିଛି ଉଚିତ୍ । କାରଣ ରିଜର୍ଭ ବ୍ୟାଙ୍କ ଡିଜିଟାଲ ସବସ୍କ୍ରିପସନ୍ ଉପରେ ୫୦ ଟଙ୍କା ରିହାତି ଦେଉଛି । ଅର୍ଥାତ୍ ଆପଣ ୧୦ ଗ୍ରାମର ସୁନା ଉପରେ ୫୦୦ ଟଙ୍କାର ରିହାତି ପାଇବେ । ଏପରି କରିବା ଦ୍ୱାରା ୪୭,୩୨୦ ଟଙ୍କା ସୁନା ୧୦ ଗ୍ରାମ ପିଛା ଆପଣ ୪୬,୮୨୦ ଟଙ୍କାରେ ପାଇବେ ।

Get real time updates directly on you device, subscribe now.