fbpx

ପୁଣି ଆସୁଛି ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ମାସ ଆରମ୍ଭରୁ ପୁଣି ଆସୁଛି ଲଘୁଚାପ । ସେପ୍ଟେମ୍ବର ୬ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀମାନେ ଚିନ୍ତାରେ ଥିବା ବେଳେ ଲଘୁଚାପ ଆସିବା ଫଳରେ ଏହି ସମସ୍ୟା ଦୂରେଇ ଯିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୬ ଓ ୭ ତାରିଖରେ ଭଲ ବର୍ଷା ହେବ ବୋଲି ଆଇଏମଡି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.