fbpx

ନିଖୋଜ ସ୍ତ୍ରୀକୁ ଖୋଜିବା ପାଇଁ ଦେଢ଼ ମାସ ସାଇକେଲରେ ଯାତ୍ରା, ଶେଷରେ….

ଭୋପାଳ: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ଼ ହୋଇଥାଏ । ଶୁଦ୍ଧ ମନରେ ଯଦି ଦୁହେଁ ଦୁହିଁଙ୍କୁ ଭଲ ପାଉଥାଆନ୍ତି ତେବେ ଜଣେ ଜଣଙ୍କୁ ଛାଡ଼ି ରହିବା ଅସମ୍ଭବ । ହେଲେ ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିବାର ଖବର ଶୁଣିବାକୁ ମିଳେ । କିନ୍ତୁ ଇତି ମଧ୍ୟରେ ଏକ ଏପରି ଖବର ଆସିଛି ଯାହା ସେମାନଙ୍କରେ ଥିବା ପ୍ରେମକୁ ପ୍ରମାଣିତ କରେ । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଖୋଜିବା ପାଇଁ ପ୍ରାୟ ଦେଢ଼ ମାସ ହେବ ସାଇକେଲ୍ ରେ ଏଣେ ତେଣେ ଘୁରି ବୁଲୁଛନ୍ତି । ତାଙ୍କ ସ୍ତ୍ରୀ ପ୍ରାୟ ଦେଢ଼ ମାସ ହେବ ନିଖୋଜ ଅଛନ୍ତି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରୁ ଆସିଛି ।

ସୂଚନା ଅନୁସାରେ, ୟୁପିର ପ୍ରୟାଗରାଜ ଜିଲ୍ଲାର ସଂଗୀତା ନାମକ ଜଣେ ମହିଳା ପ୍ରାୟ ଦେଢ଼ ମାସ ପୂର୍ବରୁ ନିଖୋଜ ହୋଇଯାଇଥିଲେ। ମହିଳାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ନିଖୋଜ ହେବା ପରେ ତାଙ୍କ ସ୍ୱାମୀ କୁନୱର ବାହାଦୂର ଚିନ୍ତିତ ହେବାକୁ ଲାଗିଲେ। ମହିଳାଙ୍କ ସ୍ୱାମୀ ସାଇକେଲରେ ନିଜ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସେ ତାଙ୍କ ପତ୍ନୀଙ୍କ ପରିଚୟ ଥିବା ଫଟୋଗୁଡ଼ିକୁ ସବୁ ସ୍ଥାନରେ ଛାପିଥିଲେ । ଏହାପରେ କୌଣସି ପ୍ରକାରେ ସେ ନିଜ ସ୍ତ୍ରୀଙ୍କ ଖବର ପାଇବାରେ ସଫଳ ହୋଇଥିଲେ । ଏହାପରେ ସାଇକେଲ୍ ଯୋଗେ ପ୍ରାୟ ୧୫୦ କିମି ଦୂରତା ଅତିକ୍ରମ କରି ମଧ୍ୟପ୍ରଦେଶର ରେୱା ଠାରେ ପହଞ୍ଚିଥିଲେ ସ୍ୱାମୀ ।

ରେୱା ଠାରେ ତାଙ୍କ ସ୍ତ୍ରୀ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପତ୍ନୀକୁ ଯେପରି ଦେଖିଛନ୍ତି ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲେ । ସେ ଭାବ ବିହ୍ୱଳ ହୋଇପଡ଼ିଥିଲେ । କୁନୱର୍ ବାହାଦୂର କହିଛନ୍ତି ଯେ, ସେ ପ୍ରାୟ ଦେଢ଼ ମାସ ହେବ ସାଇକେଲ୍ ରେ ଏଣେ ତେଣେ ବୁଲି ପତ୍ନୀଙ୍କୁ ଖୋଜୁଛନ୍ତି । ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଉଥିଲେ ଏବଂ ଯିଏ ଯେଉଁଠିକୁ କହୁଥିଲେ ସେ ସେଠାରେ ଯାଇ ପହଞ୍ଚିଯାଉଥିଲେ । ଆଉ ଏହାରି ମଦ୍ୟରେ ତାଙ୍କ ସ୍ତ୍ରୀ ରେୱା ଠାରେ ଥିବା ଖବର ପାଇଥିଲେ ଓ ଖୋଜିବାକୁ ବାହାରି ପଡ଼ିଥିଲେ । ଆଉ ଶେଷରେ ପାଇଲେ ମଧ୍ୟ ।

Get real time updates directly on you device, subscribe now.