fbpx

ଟୋକିଓରେ ଅବନୀଙ୍କ କମାଲ, ଗୋଲ୍ଡ ପରେ ପୁଣି ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ପୁଣିଥରେ କମାଲ ଦେଖାଇଛନ୍ତି । ପାରାଲିମ୍ପିକ୍ସରେ ପ୍ରଥମେ ଗୋଲ୍ଡ ଜିତିବା ପରେ ଅବନୀ ପୁଣି ହାତେଇଛନ୍ତି ଆଉ ଏକ ପଦକ । ସୁଟିଂରେ ଅବନୀ ଲେଖରା ବ୍ରୋଞ୍ଜ ଜିତିଛନ୍ତି । ୫୦ ମିଟର ରାଇଫଲ ସୁଟିଂ ପ୍ରତିଯୋଗିତାରେ ଅବନୀ ବ୍ରୋଞ୍ଜ ଜିତିଛନ୍ତି । ସେ ୪୪୫.୯ ସ୍କୋର କରି ତୃତୀୟ ସ୍ଥାନରେ ରହିଥିଲେ । ସେ ପୂର୍ବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଥିଲେ । ଏହି କ୍ରମରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.