fbpx

ଅଖିଳେଶ ଓ ଡିମ୍ପଲଙ୍କ ନାମରେ ରେକର୍ଡ, ଏକ ସଙ୍ଗେ ଲୋକସଭାରେ ଆସିବେ ନଜର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ଦମଦାର ପ୍ରଦର୍ଶନ କରିଛି । ତେବେ ଏଥରର ଦଳର ବିଜୟରେ ସ୍ୱତନ୍ତ୍ର କଥା ହେଉଛି କି ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଉଭୟ ନିର୍ବାଚନ ଜିତିଛନ୍ତି । ଏବେ ପତି-ପତ୍ନୀ ଉଭୟ ଏକ ସଙ୍ଗେ ସଂସଦରେ ନଜର ଆସିବେ । ଏହିପରି ଭାବରେ ଅଖିଳେଶ ଓ ଡିମ୍ଫଲ ଉତ୍ତରପ୍ରଦେଶରେ ଏପରି ପ୍ରଥମ ଯୋଡି ହେବେ ଯିଏ କି ଏକ ସଙ୍ଗେ ଲୋକସଭାରେ ପହଞ୍ଚିଛନ୍ତି ।
ଅଖିଳେଶ ଓ ଡିମ୍ଫଲ ଏହା ପୂର୍ବରୁ ସପ୍ତଦଶ ଲୋକସଭାର ସଦସ୍ୟ ଥିଲେ କିନ୍ତୁ ଅଲଗା ଅଲଗା ସମୟରେ ଥିଲେ । ୨୦୧୯ରେ ଅଖିଳେଶ ଆଜମଗଡରୁ ବିଜୟ ହାସଲ କରିଥିଲେ ଓ ଡିମ୍ପଲ କନୌଜରେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ପରାଜିତ ହୋଇଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଉତ୍ତରପ୍ରଦେଶର ୮୦ ସିଟ୍‌ରୁ ଏସ୍‌ପି ୩୭ରେ ବିଜୟ ହାସଲ କରିଛି ଓ ବିଜେପିକୁ ୩୩ ସିଟ୍ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସକୁ ୬ ସିଟ୍‌, ଆର୍‌ଏଲ୍‌ଡିକୁ ୨, ଆଜାଦ ସମାଜ ପାର୍ଟିକୁ ଓ ଅପନା ଦଳକୁ ଗୋଟିଏ ଗୋଟିଏ ସିଟ୍ ମିଳିଛି । ମାୟାବତୀଙ୍କ ଦଳ ବିଏସ୍‌ପି ଉତ୍ତରପ୍ରଦେଶରେ ଖାତା ଖୋଲିପାରି ନାହିଁ ।

ଅଖିଳେଶ କନୌଜ ଲୋକସଭା ସିଟ୍‌ରୁ ବିଜେପିର ସୁବ୍ରତ ପାଠକଙ୍କୁ ୧୭୦୯୯୨ ଭୋଟ୍‌ରେ ହରାଇଛନ୍ତି । ସେହିପରି ମୈନପୁରୀ ଲୋକସଭା ସିଟ୍‌ରୁ ଏସ୍‌ପିର ଡିମ୍ପଲ ଯାଦବ ୨୨୧୬୩୯ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି ।

 

Get real time updates directly on you device, subscribe now.