fbpx

ୠଣ ପରିଶୋଧ ପାଇଁ ନିଜ ସ୍ତ୍ରୀକୁ ବିକିଲା ସ୍ୱାମୀ, ମନା କରିବାରୁ….

ଗୁନା: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ମହିଳା ନିର୍ଯ୍ୟାତନାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାରୀକୁ ସମାଜରେ ପ୍ରଥମ ସ୍ଥାନରେ ରଖାଯାଉଥିବା ବେଳେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ବିକ୍ରି କରିବାର ଯୋଜନା କରିଥିଲା । କିନ୍ତୁ କିଣିଥିବା ଲୋକଙ୍କ ସହ ପତ୍ନୀ ଯିବାକୁ ଅମଙ୍ଗ ହେବାରୁ ସ୍ୱାମୀ ଓ ଶଶୂର ଘର ଲୋକେ ତାଙ୍କୁ କୂଅରେ ଠେଲିଦେଇଥିବା ଜଣାପଡିଛି । ଘଟଣା ପରେ ଗାଁର ଚୌକିଦାର ମହିଳାଙ୍କୁ କୂଅରୁ ଉଦ୍ଧାର କରିଥିଲେ । ପରେ ମହିଳାଙ୍କ ପିତା ପୋଲିସ ନେଇ ଗାଁରେ ପହଞ୍ଚିଥିଲେ । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ୱାମୀ ଏବେ ଫେରାର ଥିବା ଜଣାପଡିଛି । ଏଭଳି ଲଜ୍ଜାଜନକ ଘଟଣା ଗୁନାର ମୃଗବାସ ଥାନା ଅନ୍ତର୍ଗତ ସଗୋରିଆ ଗାଁରେ ଘଟିଛି ।

ସୂଚନା ମୁତାବକ, ପ୍ରଥା ଆଳରେ ସ୍ୱାମୀ ନିଜ ପତ୍ନୀଙ୍କୁ ବିକ୍ରି କରୁଥିଲା । ପ୍ରଥା ଅନୁସାରେ ପତ୍ନୀ ନିଜ ଇଛାରେ ସ୍ୱାମୀଙ୍କୁ ଛାଡିପାରିବ । କିନ୍ତୁ ଏହି ମାମଲାରେ ପ୍ରଥା ଆଳରେ ସ୍ୱାମୀ ନିଜ ପତ୍ନୀଙ୍କୁ ବିକ୍ରି କରୁଥିଲା । ଜଣାପଡିଛି ଯେ, ଅଭିଯୁକ୍ତ ସ୍ୱାମୀ ଗୋପାଳ ଉପରେ ଋଣର ଭାର ଥିଲା । ସେ ଋଣର ଭାର ସୁଝିବା ପାଇଁ ପତ୍ନୀଙ୍କୁ ବିକ୍ରି କରିବାକୁ ଯୋଜନା କରିଥିଲା । ପତ୍ନୀଙ୍କ ବଦଳରେ ସେ କ୍ରେତାମାନଙ୍କଠାରୁ ୫୦ ହଜାର ଟଙ୍କା ଆଣିଥିଲା । ଯଦି ପତ୍ନୀ ଯାଇଥାନ୍ତେ, ତେବେ ତାକୁ ଅଧିକ ଟଙ୍କା ମିଳିଥାନ୍ତା । ପୋଲିସ ଏହି ମାମଲାରେ ଖୋଳତାଡ଼ ଜାରି ରଖିଛି ।

Get real time updates directly on you device, subscribe now.