fbpx

ବାପଘରକୁ ଯିବାକୁ ମନାକଲେ ପତି: ଦୁଇ ଛୁଆଙ୍କ ସହ ନିଜ ଜୀବନ ହାରିଲେ ପତ୍ନୀ

ନୂଆଦିଲ୍ଲୀ, ୬ା୩: ସାମାନ୍ୟ ପାରିବାରିକ ବିବାଦରୁ ୩ଟି ଅମୂଲ୍ୟ ଜୀବନ ଚାଲିଯାଇଛି । ଘଟଣାଟି ଘଟିଛି ଦିଲ୍ଲୀରେ । ବାପଘରକୁ ଯିବାକୁ ପତି ବାରଣ କରିବାରୁ କ୍ରୋଧରେ ପତ୍ନୀ ଦୁଇ ଛୁଆଙ୍କ ସହ ନିଜେ ଫାଶିଦେଇ ଜୀବନ ହାରିଛନ୍ତି । ପୋଲିସ ଏହି ଘଟଣାର ଯାଞ୍ଚ କରିବା ସହ ଶବକୁ ବ୍ୟବେଚ୍ଛେଦ ନିମନ୍ତେ ପଠାଇଛି ।

ଦିଲ୍ଲୀର ଶକୁରପୁର ଅଞ୍ଚଳରେ ଏହି ଯନ୍ତ୍ରଣାଦାୟକ ଘଟଣା ଘଟିଛି । ମହିଳାଜଣକ ନିଜ ବାପଘରକୁ ଯିବା ନେଇ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ପତି ନିଜ କାମରେ ବାହାରକୁ ଚାଲିଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ଦରୱାଜା ବନ୍ଦ ରହିଛି । କବାଟ ଭାଙ୍ଗି ପତ୍ନୀ ଦୁଇ ସନ୍ତାନଙ୍କ ସହ ଫାଶିରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ମହିଳାଙ୍କ ବୟସ ୨୨ ବର୍ଷ ହୋଇଥିବା ବେଳେ ପୁଅକୁ ୪ ବର୍ଷ ଓ ଝିଅକୁ ୪ ମାସ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.