fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: କମିବ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ, ୬ା୩: କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିଲା । ଏବେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ବେଳକୁ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ମୁଣ୍ଡବ୍ୟଥାର କାରଣ ସାଜିଛି । ସରକାରଙ୍କ ନୂଆ ନିୟମ ଅନୁସାରେ କର୍ମଚାରୀମାନଙ୍କର ଦରମା ହ୍ରାସ ପାଇବାର ସମ୍ଭାବନା ରହିଛି ।

ସରକାରୀ ନିୟମ ଅନୁଯାୟୀ, ଆସନ୍ତା ଏପ୍ରିଲ ମାସଠାରୁ କର୍ମଚାରୀଙ୍କର ପିଏଫ, ଗ୍ରାଚୁଇଟି ଆଦିରେ ପରିବର୍ତ୍ତନ ହୋଇପାରେ । ପିଏଫ ବୃଦ୍ଧି ପାଇବା ଦ୍ୱାରା ହାତକୁ ଦରମା କମ ଆସିବ । ଏନେଇ ସଂସଦରେ ମଜଦୁରୀ ସଂହିତା ବିଧେୟକ ବିଲ ପାସ ହୋଇଛି । ଏଣିକି ଭତ୍ତା ମୋଟ ବେତନର ୫୦ ପ୍ରତିଶତ ହେବ । ଅର୍ଥାତ ଏପ୍ରିଲରୁ ମୂଳ ବେତନ ସମୁଦାୟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଏପରି ହେଲେ କର୍ମଚାରୀ କମ ଦରମା ପାଇବେ । ଦୀର୍ଘ ୭୩ ବର୍ଷ ପରେ ସରକାର ଶ୍ରମ ଆଇନକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ଆଇନ କାର୍ଯ୍ୟକାରୀ ହେଲେ ତାହାର ଲାଭ କର୍ମଚାରୀଙ୍କୁ ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.