(Video) ଦେହରେ ହାତ ମାରିବାକୁ ମନା କଲା ସ୍ତ୍ରୀ: ରାଗରେ ସବୁ ଭୁଲିଗଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଦମ୍ପତ୍ତିଙ୍କ ମଧ୍ୟରେ କଳହ ଏକ ସାଧାରଣ କଥା ହୋଇଗଲାଣି । ପରକୀୟା ପ୍ରୀତି, ପାରିବାରିକ ସମସ୍ୟା ଆଦି ବିଭିନ୍ନ କାରଣରୁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀ ଚରମ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଫଳରେ ବିନା ଦୋଷରେ ନିରୀହ ସନ୍ତାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ।

ଏହା ମଧ୍ୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରୁ ଆସିଛି ଏକ ବଡ଼ ଖବର । ରତଙ୍ଗ ପଞ୍ଚାୟତର ପୋଡ଼ାପଡ଼ା ଗାଁର ଜଣେ ଯୁବକ ପିଣ୍ଟୁ ଓରଫ ଭୋଲେଶ୍ୱର ମୁଖୀ ହାରି ଦେଇଛନ୍ତି ନିଜ ଜୀବନ । ଗତ ତିନିବର୍ଷ ହେଲା ମୃତ ପିଣ୍ଟୁ ନିଜ ପରିବାର ସହ ହାଇଦ୍ରାବାଦର ଏକ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ପିଣ୍ଟୁ ଓ ତାଙ୍କ ସ୍ତ୍ରୀ ନନ୍ଦିନୀ ମୁଖୀଙ୍କର ଗୋଟିଏ ୧ ବର୍ଷର ଝିଅ ରହିଛି । ତେବେ ଗତ ୨୬ ତାରିଖ ରାତିରେ ପିଣ୍ଟୁ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ସ୍ତ୍ରୀ ନନ୍ଦିନୀଙ୍କୁ କହିଥିଲେ । ମାତ୍ର ନନ୍ଦିନୀ ସିଧାସଳଖ ଭାବେ ଏଥିପାଇଁ ମନା କରିଦେଇଥିଲେ ।

ଏହି ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପରେ ସମସ୍ତେ ଶୋଇ ପଡ଼ିଥିଲେ । ତା’ପର ଦିନ ସକାଳେ ନିଜ ଘର ପଛପଟେ ପିଣ୍ଟୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟପକ୍ଷରେ ମୃତ ପିଣ୍ଟୁଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ସହ ଏହା ଏକ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଦାବି କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଫିରିଙ୍ଗିଆ ଥାନାଧିକାରୀ ସୂଚନା ଦେଇଛନ୍ତି ।