fbpx

ଇନଷ୍ଟାଗ୍ରାମ ରିଲ୍ସକୁ ବିରୋଧ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଡିଶା ଭାସ୍କର: ଇନଷ୍ଟାଗ୍ରାମ ରିଲ୍ସ ଓ ଚାଟିଂକୁ ନେଇ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ପଶ୍ଚିମବଙ୍ଗର ହରିନାରାୟଣପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ତ୍ରୀକୁ ହତ୍ୟା କରିବା ପରେ କେଉଁଆଡେ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ ସ୍ୱାମୀ।

ସୂଚନା ଅନୁଯାୟୀ, ପରିମଳ ବୈଦ୍ୟ(୩୮) ଏବଂ ସ୍ତ୍ରୀ ଅପର୍ନା(୩୫) ଦୁଇ ପିଲାଙ୍କ ସହ ରୁହନ୍ତି। ଅପର୍ନା ପ୍ରାୟ ସବୁବେଳେ ରିଲ୍ସ କରିବାକୁ ଭାରି ଭଲ ପାଉଥିଲେ। ଆଉ ନିଜର ଇନଷ୍ଟାଗ୍ରାମରେ ଏହି ସବୁ ରିଲ୍ସ ପୋଷ୍ଟ କରୁଥିଲେ। ଯାହା ଫଳରେ ସେ ଦିନ-ରାତି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିଲେ। ଏହା ସହ ଇନଷ୍ଟାଗ୍ରାମରେ ନିୟମିତ ଫଲୋର୍ସଙ୍କ ସହ ଚାଟିଂ ବି କରୁଥିଲେ। ତେବେ ସ୍ୱାମୀ ପରିମଳ ସ୍ତ୍ରୀଙ୍କ ଏଭଳି ସ୍ଵଭାବକୁ ଆଦୌ ପସନ୍ଦ କରୁନଥିଲେ। ସ୍ତ୍ରୀଙ୍କୁ ବାରମ୍ବାର ରିଲ୍ସ କରିବାକୁ ମନା କରିବା ସତ୍ତ୍ୱେ ବି ମଧ୍ୟ ସ୍ତ୍ରୀ ନିୟମିତ ରିଲ୍ସ କରୁଥିଲେ। ଏପରିକି ଅପର୍ନାଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ରିଲ୍ସ ପୋଷ୍ଟକୁ ବିରୋଧ କରୁଥିଲେ ପରିମଳ।

ପୋଲିସ କହିବା ଅନୁଯାୟୀ, ଅପର୍ନାଙ୍କର ଇନଷ୍ଟାଗ୍ରାମରେ ଏକାଧିକ ଫଲୋର୍ସ ଥିଲେ ଏବଂ ସେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ବିଶେଷ କରି ଋୁଣ ପ୍ରଦାନକାରୀ କମ୍ପାନୀର ଜଣେ କର୍ମଚାରୀଙ୍କ ସହ କଲରେ କଥା ହେଉଥିଲେ, ଯାହା ପରିମଳଙ୍କୁ ଆଦୌ ଭଲ ଲାଗୁନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଗତକାଲି ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପରିମଳ, ଅପର୍ନାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି।

Get real time updates directly on you device, subscribe now.