fbpx
BJD SKY
BJD SKY

ଦେଶର ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି, ଏବେ ଶସ୍ତାରେ ମିଳିବ ଗମ୍ଭୀର ରୋଗର ଔଷଧ

BJD

ନୂଆଦିଲ୍ଲୀ: ଭାରତରେ ଗମ୍ଭୀର ରୋଗର ଚିକିତ୍ସା କରିବା ବହୁତ ମହଙ୍ଗା । ଏପରିକି କିଛି ସାଧାରଣ ରୋଗରେ ବି ଯଦି ରୋଗୀକୁ ହସ୍ପିଟାଲରେ ଆଡମିଟ୍ କରାଯାଏ ତେବେ ରୋଗୀର ସଂପର୍କୀୟକୁ ମୋଟା ରକମର ବିଲ୍ ଭରିବାକୁ ପଡିଥାଏ । ଏପରି କ୍ଷେତ୍ରରେ ବ୍ୟକ୍ତି ଯଦି କୌଣସି ସ୍ୱାସ୍ଥ୍ୟ ବୀମା କରିନାହାନ୍ତି ତେବେ ହସ୍ପିଟାଲ ଓ ଡାକ୍ତରଙ୍କ ବିଲ୍ ଜଣେ ସାଧାରଣ ବ୍ୟକ୍ତିଙ୍କ ଲାଗି ବଡ ସମସ୍ୟା ପାଲଟିଯାଏ ।

କିନ୍ତୁ ଗତ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଦେଶର ସାଧାରଣ ନାଗରିକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଏହି ସୂଚନା ଅନୁଯାୟୀ ଏବେ ଜଣେ ସାଧାରଣ ବ୍ୟକ୍ତି ନିଜର ଗମ୍ଭୀର ରୋଗର ବି ସହଜରେ ଚିକିତ୍ସା କରାଇପାରିବ । ଏଥିପାଇଁ ତାକୁ ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଶୁକ୍ରବାର କହିଛନ୍ତି ୪ ଗୋଟି ଗମ୍ଭୀର ରୋଗର ଔଷଧ ଏବେ ବହୁତ ଶସ୍ତାରେ ଉପଲବ୍ଧ ହେବ । ଏହାର କାରଣ ଭାରତୀୟ ଔଷଧ କମ୍ପାନୀ ଏବେ କିଛି ଔଷଧ ବାହାରୁ ଆମଦାନୀ କରିବା ପରିବର୍ତ୍ତେ ଦେଶ ଭିତରେ ହିଁ ସେସବୁର ଉତ୍ପାଦନ କରିବ । ସେହି ସମୟରେ ଦର ହ୍ରାସ ଘଟିଛି ଯେଉଁ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ‘ସିକିଲ ସେଲ୍ ଏନିମିଆ’ ସହିତ ୧୩ ଗମ୍ଭୀର ରୋଗର ଚିକିତ୍ସାକୁ ପ୍ରାଥମିତା ଦେଇଛି । ଏହି ଗମ୍ଭୀର ରୋଗ ମଧ୍ୟରେ ରହିଛି ଟାୟରୋସିନୋମିଆ ଟାଇପ୍ ୧, ୱିଲସନ ରୋଗ, ଡ୍ରେଭେଟ୍ ଲେନୋକ୍ସ ଗ୍ୟାଷ୍ଟଟ୍ ସିଣ୍ଡ୍ରୋମ ସହିତ ସିକଲ ସେଲ୍ ଏନିମିଆର ମେଡିସିନକୁ ବି ମଞ୍ଜୁରୀ ମିଳିଛି ଓ ଏହାକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଉଛି । ଟାୟରୋସିନୋମିଆ ଟାଇପ୍ ୧ ର ଚିକିତ୍ସା ଲାଗି ବ୍ୟବହୃତ ନିଟିସିନୋନ କ୍ୟାପସୁଲ ପ୍ରସ୍ତୁତିର ବାର୍ଷିକ ଖର୍ଚ୍ଚ ଆମଦାନୀ ଖର୍ଚ୍ଚ ତୁଳନାରେ ବହୁତ କମ୍ ଆସିବ । ଏକ ସୂତ୍ରରୁ ଜଣାପଡିଛି ଏହି ମେଡିସନ୍ ଆମଦାନୀ ଲାଗି ବାର୍ଷିକ ୨.୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦେଶ ଭିତରେ ଏହା ଉତ୍ପାଦନ ହେଲେ ବାର୍ଷିକ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ସେହିପରି ସିକଲ ସେଲ୍ ଏନିମିଆର ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସୀୟୁରିଆ ସିରାପ ମଧ୍ୟ ଭାରତରେ ପ୍ରସ୍ତୁତ ହେବା ଆରମ୍ଭ ହୋଇଯାଇଥିବା ବେଳେ ୨୦୨୪ ସୁଦ୍ଧା ଏହା ବ୍ୟବସାୟିକ ସ୍ତରରେ ଉପଲବ୍ଧ ହେବ । ଏହାର ବୋତଲ ପ୍ରତି ଅସ୍ଥାୟୀ ମୂଲ୍ୟ ୪୦୫ ଟଙ୍କା ରହିବ । ବିଦେଶରେ ପ୍ରତି ୧୦୦ମିଲିଲିଟର ପ୍ରତି ମୂଲ୍ୟ ୭୦,୦୦୦ଟଙ୍କା ରହିଛି ।

Get real time updates directly on you device, subscribe now.