fbpx
BJD SKY
BJD SKY

ସାରା ଭାରତରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଭବ୍ୟ ସ୍ୱାଗତ: ଫୁଲବର୍ଷାରେ Welcome କଲେ ଗ୍ରାମବାସୀ

BJD

କେନ୍ଦୁଝର: ଦେଶର ବିଭିନ୍ନ ଅଞ୍ଚଳରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’କୁ ଭବ୍ୟ ସ୍ୱାଗତ କରାଯାଉଛି । ବିଭିନ୍ନ ବୟସ ବର୍ଗର ଲୋକେ ଏହାକୁ ସ୍ୱାଗତ କରିବା ପାଇଁ ଆଗେଇ ଆସିବା ସହ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ନିଜ ସାମିଲ କରୁଥିବା ଦେଖିବାକୁ ମିଳିଛି । ନିଜର ସ୍ୱତନ୍ତ୍ର ଉପାୟରେ ସେମାନେ ଏହାକୁ ସ୍ୱାଗତ କରିଛନ୍ତି । ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ଗୋପୀନାଥପୁର ଗ୍ରାମରେ ପହଞ୍ଚିଛି ଯାତ୍ରାର ଆଇଇସି ଭ୍ୟାନ୍ । ତେବେ ଏହାକୁ ଗ୍ରାମର ମହିଳାମାନେ ପୁଷ୍ପର୍ବୋ ସହ ଏହି ଯାତ୍ରାକୁ ଭବ୍ୟ ସ୍ୱାଗତ କରିଛନ୍ତି ।

ସାରା ଦେଶରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଆଇସି ଭ୍ୟାନକୁ ଅପେକ୍ଷା କରି ରହିଛନ୍ତି ବାସିନ୍ଦା । ତେବେ ଏହି ଭ୍ୟାନକୁ ସ୍ୱାଗତ ଉତ୍ସବରେ ମହିଳା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରି ଏହି ଯାତ୍ରାକୁ ସଫଳ କରିଥିବା ଦେଖିବାକୁ ମିଳିଛି ।

ତେବେ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ହିତାଧିକାରୀମାନେ ନିଜର ଅଭିଜ୍ଞତା ବଖାଣିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସଞ୍ଜୟ ଯାଦବଙ୍କ ପୁଅଙ୍କ ହାର୍ଟ ସର୍ଜରୀ କରାଯାଇଛି । ତାଲୁକା ଧରାଶିବର ଆମ୍ବେଜାୱାଲଗେ ଗ୍ରାମର ସଞ୍ଜୟ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ଏହି ଯୋଜନା ପାଇଁ ଆଜି ତାଙ୍କ ପୁଅର ଜୀବନ ରକ୍ଷା ପାଇ ଯାଇଥିବା ସେ କହିଛନ୍ତି । ସେହିପରି ସୁଲତାନପୁରର ଗେନ୍ଦାବତୀ ମୌର୍ଯ୍ୟ କିଡନୀ ଷ୍ଟୋନର ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଆବଶ୍ୟକ ରହିଥିଲା । ଟଙ୍କା ଅଭାବରୁ ତାଙ୍କ ଚିକିତ୍ସା ଅଧାରେ ଅଟକି ରହିଥିଲା । ଏହାପରେ ଆୟୁଷ୍ମାନ ଭାରତ ଯୋଜନାରୁ ସେ ଉପଯୁକ୍ତ ଟଙ୍କା ପାଇବାରୁ ଚିକିସବା କରାଇବାରେ ସଫଳ ହୋଇଥିଲେ । ତେଣୁ ଏହି କାର୍ଯ୍ୟକ୍ରମ ଜରିଆରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିକଶିତ ଭାରତ: ୨୦୪୭ ସୁଦ୍ଧା ଭାରତର ବିକାଶ ଦିଗରେ

ସାରା ଦେଶରେ ବିକଶିତ ଭାରତର ଅଂଶ ଭାବରେ ନିଜକୁ ସାମିଲ କରୁଛନ୍ତି ଭାରତୀୟ ନାଗରିକ । ଗତ ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଅବସରରେ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁଛି କି ନାହିଁ, ସେ ବିଷୟରେ ଏକ ରିପୋର୍ଟ ସଂଗ୍ରହ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆସନ୍ତା ଜାନୁୟାରୀ ୨୫ ତାରିଖ, ୨୦୨୪ ସୁଦ୍ଧା ଦେଶର ସମସ୍ତ ଜିଲ୍ଲାରେ ପହଞ୍ଚି ଏହି ଯାତ୍ରା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.