fbpx

(Video) ମୋ ସ୍ତ୍ରୀକୁ Video Call କରି ଶାଢ଼ୀ ଖୋଲିବାକୁ କହିବୁ, ତା’ ସହ ଶୋଇବୁ, ତୁ ସବୁଦିନ ପାଇଁ ଶୋଇଯା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ, ବିବାହ ଆଉ ପରକୀୟା ପ୍ରୀତି ଆଜିକାଲି ସାଧାରଣ କଥା ହୋଇଗଲାଣି । ତେବେ ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସଂସାର ଉଜୁଡ଼ୁଛି, କେତେ ଯେ ଜୀବନ ଯାଉଛି ତାହାର ହିସାବ ନାହିଁ । ଜଣେ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା କାରଣରୁ ଆଜି ଜୀବନ ଦେବାକୁ ପଡ଼ିଛି ଜଣେ ଯୁବକଙ୍କୁ । ଯୁବକ ଜଣଙ୍କ ତାଙ୍କ ସାଙ୍ଗର ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଆଉ ଏକଥା ଜାଣିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କ ସାଙ୍ଗଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ ।

ଏନେଇ ମହିଳାଙ୍କ ସ୍ୱାମୀ କହିଛନ୍ତି, ମୋ ସାଙ୍ଗକୁ ମୁଁ ବହୁତ ବିଶ୍ୱାସ କରୁଥିଲି, ମାତ୍ର ସେ ମୋତେ ଠକିଲା । ମୁଁ ନଥିବା ସମୟରେ ମୋ ଘରକୁ ଆସିଲା, ମୋ ସ୍ତ୍ରୀ ସହ ପ୍ରେମ ସମ୍ପର୍କ ରଖିଲା । ଦୁହେଁ ଏକତ୍ର ଶୋଇବା ସହ ଭିଡିଓ କଲରେ ମୋ ସ୍ତ୍ରୀକୁ ଶାଢ଼ୀ ଖୋଲିବାକୁ ମୋ ସାଙ୍ଗ କହିଥିଲା । ମୁଁ କେତେ ସହିଥାନ୍ତି । ସାତ ଜନମ ପାଇଁ ହାତ ଧରିଥିବାରୁ ମୋ ସ୍ତ୍ରୀକୁ ମାରି ପାରିବିନି । ତେଣୁ ମୋ ସାଙ୍ଗକୁ ସବୁଦିନ ପାଇଁ ଶୁଆଇଦେଲି ।

ତେବେ ସୂଚନା ମୁତାବକ, ଦୁଇ ସାଙ୍ଗ ମିଶି ପୂର୍ବରୁ ୧୬ ନଂ ଜାତୀୟ ରାଜପଥ ନିକଟରେ ଏକ ଢାବା କରିଥିଲେ । ପରେ ଦୁଇ ପରିବାରର ସମ୍ପର୍କ ନିବିଡ଼ ହେବା ସହ ଉଭୟଙ୍କ ସ୍ତ୍ରୀ ସଙ୍ଗାତ ବସିଥିଲେ । ମୃତ ଯୁବକ ସହ ଅଭିଯୁକ୍ତ ଯୁବକଙ୍କ ପତ୍ନୀଙ୍କ ସମ୍ପର୍କକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ମୃତ ଯୁବକ ରାତିରେ ଶୋଇଥିବା ସମୟରେ ଅଭିଯୁକ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ପରେ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.