fbpx
BJD SKY
BJD SKY

ବେଶ୍ୟାବୃତି ପାଇଁ ବାଧ୍ୟ କରୁଛନ୍ତି ସ୍ୱାମୀ: ଅଭିଯୋଗ ପରେ ଯୁବକ ଗିରଫ, ଦେଖନ୍ତୁ ଭିଡିଓ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ ହେଲେ ସ୍ୱାମୀ ପାଲଟିଲା ସଇତାନ । ବେଶ୍ୟାବୃତି ପାଇଁ ସ୍ତ୍ରୀ ବାଧ୍ୟ କରିବା ସହିତ ଦେଢଶୂର ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ପୋଲିସ ସ୍ୱାମୀକୁ ଗିରଫ କରିଥିବା ବେଳେ ଦେଢଶୂର ଏବଂ ଯା ଫେରାର ଅଛନ୍ତି ।

ପୁରୀ ସଦର ଥାନା ଅନ୍ତର୍ଗତ ଅମୁରି ଗ୍ରାମର ମାମୁନି ନିମାପଡା ବଡଇଟା ଗ୍ରାମର ନିରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ । ୭ ବର୍ଷ ତଳେ ବିବାହ ହୋଇଥିବା ବେଳେ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ଝିଅ ଜନ୍ମ ପରେ ମାମୁନିଙ୍କ ଉପରେ ବଢିଥିଲା ନିର୍ଯାତନା । ଯୌତୁକ ଦାବି କରି ନିର୍ଯାତନା ଦିଆଯାଉଥିବା ବେଳେ ପଇସା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ମାମୁନି । ଯଦି ପଇସା ଦେଇ ପାରୁନୁ ତାହେଲେ ବେଶ୍ୟାବୃତ୍ତି କର ବୋଲି ସ୍ୱାମୀ କହିଥିବା ନେଇ କହିଛନ୍ତି ।

ଏମିତିକି ୪-୫ଜଣ ଟୋକାଙ୍କୁ ଆଣି ମୋ ରୁମରେ ପୁରାଇ ଦେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି । ଏହାପରେ ଦେଢଶୂର ଓ ଯା ତାଙ୍କୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିଲେ ବୋଲି ମାମୁନି ଅଭିଯୋଗ କରିଥିଲେ । ଏପରିକି ମାଡ ମାରି ତାଙ୍କର ଗୋଡ ମଧ୍ୟ ଭାଙ୍ଗି ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ଦେଢଶୂର ଓ ଯା ଫେରାର ରହିଛନ୍ତି ।

Get real time updates directly on you device, subscribe now.