fbpx

ଶିକ୍ଷାର ଅଧିକାରରୁ ବଞ୍ଚିତ କରୁଥିଲା ସ୍ୱାମୀ; ଡିଭୋର୍ସ ମଞ୍ଜୁର କରି କୋର୍ଟ ନେଲେ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଳୀ: ଦେଶରେ ଛାଡପତ୍ର ମାମଲା ଦିନକୁ ଦିନ ବଢି ଚାଲିଥିବା ବେଳେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଅବିଶ୍ୱସନୀୟ ଲାଗି ପାରେ । ନିଜ ସ୍ତ୍ରୀକୁ ପାଠ ପଢିବାରୁ ବଞ୍ଚିତ କରିବା କାରଣରୁ ଏକ ଛାଡପତ୍ର ମାମଲାକୁ ମଞ୍ଜୁର କରିଛନ୍ତି କୋର୍ଟ । ଶିକ୍ଷା ଏକ ମୌଳିକ ଅଧିକାର ହୋଇଥିବା ବେଳେ ଏଥିରୁ ବଞ୍ଚିତ କରାଯାଇଥିବାରୁ କୋର୍ଟ ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡିତାଙ୍କ ଓକିଲ ପ୍ରତି ମହେନାଙ୍କ ଅନୁଯାୟୀ ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ କରାଇ ଦିଆଯାଇଥିବା ବେଳେ ଏହାପରେ ନିୟମିତ ଭାବେ ସେ ନିଜ ସ୍ୱାମୀ ଠାରୁ ଶାରୀରିକ ଏବଂ ମାନସିକ ନିର୍ଯାତନା ପାଉଥିଲେ ।
ଏହା ସହିତ ପୀଡିତା ଜଣକ ପାଠ ମଧ୍ୟ ପଢିବାକୁ ଚାହୁଁଥିଲେ । ତେବେ ଶାଶୁ ଘର ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ମାଡପିଟ କରାଯାଉଥିଲା । ଏହାପରେ ପାରିବାରିକ କୋର୍ଟରେ ପିଡୀତାଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କୋର୍ଟଙ୍କ ପକ୍ଷରୁ ଛାଡପତ୍ରକୁ ତୁରନ୍ତ ମଞ୍ଜୁର କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶିକ୍ଷା ଆଧାରରେ ଛାଡପତ୍ର ମଞ୍ଜୁର ହେବା ଦେଶରେ ଐତିହାସିକ ତଥା ପ୍ରଥମ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରିୱାର ଏହି ମହିଳା ଜଣଙ୍କ ବର୍ତ୍ତମାନ ଇନ୍ଦୋରରେ ନିଜର ଶିକ୍ଷା ସମାପ୍ତ କରୁଛନ୍ତି ।

Get real time updates directly on you device, subscribe now.