fbpx

ସ୍ତ୍ରୀର ହାତ-ଗୋଡ଼ ବାନ୍ଧି ମଦୁଆ ସ୍ୱାମୀ ରଖୁଥିଲା ଶାରୀରିକ ସମ୍ବନ୍ଧ, କୋର୍ଟ ଛାଡ଼ପତ୍ରକୁ ଦେଲେ ମଞ୍ଜୁରୀ

ନାଗପୁର: ପତ୍ନୀର ହାତ ଓ ଗୋଡ଼କୁ ବାନ୍ଧି ଜୋରଜବରଦସ୍ତି ପାଟିରେ କପଡ଼ା ପୂରାଇ ଶାରୀରିକ ସମ୍ବନ୍ଧ ରଖୁଥିଲା ସ୍ୱାମୀ । ପ୍ରତିଦିନ ମଦ ପିଇ ଆସିବା ପରେ ସ୍ତ୍ରୀ ସହିତ ଏପରି ହରକତ କରୁଥିଲା ନିର୍ଦ୍ଦୟୀ ସ୍ୱାମୀ । ଏନେଇ ପତ୍ନୀ ପାରିପାରିକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କୋର୍ଟ ଏହି ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଘଟଣା ନାଗପୁରରୁ ସାମନାକୁ ଆସିଛି । ଜଣେ ୨୨ ବର୍ଷୀୟ ଯୁବତୀ ଏହିପରି ଭାବରେ ଅତ୍ୟାଚାରର ଶିକାର ହେଉଥିବା ଜଣାପଡ଼ିଛି ।

ପତ୍ନୀଙ୍କ ଅଭିଯୋଗ ଅନୁସାରେ, ୨୦୧୭ରେ ସେମାନଙ୍କ ବିବାହ ହୋଇଥିଲା । ଯେତେବେଳେ ସେ ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରନ୍ତି ସେତେବେଳେ ତାଙ୍କ ସ୍ୱାମୀ ଜୋରଜବରଦସ୍ତି ହାତ-ଗୋଡ଼ ବାନ୍ଧି ସମ୍ପର୍କ ରଖୁଥିଲେ । ମହିଳା ଜଣକ ଯେପରି ଜୋରେ ପାଟି କରିପାରିବେନି ସେଥିପାଇଁ ପାଟିରେ କପଡ଼ା ପୁରାଇ ଦେଉଥିଲା ଅଭିଯୁକ୍ତ ସ୍ୱାମୀ ।

ଖାଲି ସେତିକି ନୁହେଁ ଦିନକୁ ଦିନ ଏପରି ଅତ୍ୟାଚାର ତାଙ୍କ ଉପରେ ବଢ଼ି ଚାଲିଥିଲା । ବାପ ଘରୁ ଟଙ୍କା ଆଣିବାକୁ ବାଧ୍ୟ କରାଯାଉଥିଲା ଏବଂ ତାଙ୍କୁ ମାରପିଟ୍ ମଧ୍ୟ କରୁଥିଲା ଅଭିଯୁକ୍ତ ସ୍ୱାମୀ । ମାମଲାର ସମାଧାନ କରିବାକୁ ଯାଇ କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏବଂ କହିଛନ୍ତି ଯେ, ଏହାହେଉଛି ଏକ ବୈବାହିକ କ୍ରୁରତା ।

Get real time updates directly on you device, subscribe now.