fbpx
BSKY
BJD MC SKY
BJD YOUTH SKY

ସାବିତ୍ରୀ ପାଇଁ ବିଧବା ହେଲେ ପତ୍ନୀ! ରସି ଲଗାଇ ଝୁଲିପଡିଲେ ସ୍ୱାମୀ

ଢେଙ୍କାନାଳ (ଓଡ଼ିଶା ଭାସ୍କର): ପତ୍ନୀର ଚରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁଁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ଓଡିଆଣୀମାନେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିଲେ ମଧ୍ୟ ଏପଟେ ଏହି ବ୍ରତ ପାଇଁ ସ୍ୱାମୀ ସୁଦୂର ଦୁବାଇରୁ ଘରକୁ ଫେରିଥିଲେ । ମାତ୍ର ନିଜ ବାପଘରକୁ ଯାଇଥିବା ପତ୍ନୀ କିନ୍ତୁ ଶାଶୁଘରକୁ ଫେରିନଥିଲେ । ଆଉ ପତ୍ନୀର ଏପରି କାର୍ଯ୍ୟକଳାପ ତାଙ୍କ ଚରିତ୍ର ଉପରେ ସନ୍ଦେହ ଦୃଢିଭୂତ ଯୋଗୁ ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି ଜଣେ ସ୍ୱାମୀ ।

ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ । ମୃତକ ଜଣଙ୍କ ସରଖିଆ ଗ୍ରାମର କାମଦେବ ଷଣ୍ଢ । ସେ ଦୁବାଇରେ ରହି କାମ କରନ୍ତି । ତେବେ ତାଙ୍କର ଦୁଇ ପିଲାଙ୍କୁ ଟିଉସନ କରୁଥିବା ଜଣେ ଯୁବକଙ୍କ ସହ ପତ୍ନୀ ସନ୍ଧ୍ୟାରାଣୀଙ୍କ ଘନିଷ୍ଠ ସମ୍ପର୍କକୁ ନେଇ ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ । ଫଳରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ରହିଥିଲା ।

ଏହାକୁ ନେଇ ମଧ୍ୟ ଗ୍ରାମ ସଭାରେ କଥା ପଡିଥିଲା । ଏହା ପରେ ପତ୍ନୀ ସନ୍ଧ୍ୟାରାଣୀ ନିଜ ବାପା ଘରକୁ ପଳାଇ ଯାଇଥିଲେ । ତେବେ ସାବିତ୍ରୀ ଅମାବାସ୍ୟା ପାଇଁ ଗତ କିଛିଦିନ ହେଲା କାମଦେବ ନିଜ ଗାଁକୁ ଫେରିଥିଲେ ମଧ୍ୟ ପତ୍ନୀ ବାପଘରକୁ ଯାଇ ଆଉ ଶାଶୁଘରକୁ ଫେରିଲେ ନାହିଁ । ଫଳରେ ଗତ ରାତିରେ କାମଦେବ ତାଙ୍କ ଘର ବାହାରପଟୁ ବନ୍ଦ କରି ବାଡି ପାଖରେ ଥିବା ଏକ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ ଆଜି ବିଳମ୍ବିତ ସମୟ ଯାଏ ଘର ଖୋଲି ନପାରିବାରୁ ତାଙ୍କ ପରିବାର ଓ ସାହି ପଡିଶାଙ୍କ ସନ୍ଦେହ ହେବାକୁ ଘର କବାଟ ଭାଙ୍ଗିଥିଲେ । ପରେ ବାଡି ପାଖ ଗଛରେ କାମଦେବଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଥିଲା । ଖବର ପାଇ ସଦର ଥାନା ପୋଲିସ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.