fbpx

ଆଜି ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ: ୮ଟାରୁ ଭୋଟ ଗଣତି ଆରମ୍ଭ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ରେଜଲ୍ଟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହେବ । ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟ ଗଣତି ହେବ । ୧୪ଟି ଟେବୁଲରେ ୨୦ ରାଉଣ୍ଡ ଭୋଟ ଗଣତି ହେବ । ପ୍ରତି ଟେବୁଲରେ ୪ ଜଣ ଲେଖାଏଁ କର୍ମଚାରୀ ରହିବେ ।

ତେବେ ଇଭିଏମରେ ସିଲ୍ ହୋଇ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ । ୨୭୯ ବୁଥରେ ଥିବାରୁ ୨୦ ରାଉଣ୍ଡରେ ଗଣତି ହେବ । ଭୋଟ ଗଣତି ପାଇଁ ତ୍ରିିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଭିତରେ କିଏ ବାଜି ମାରିବ, ତାହା ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି । ଦ୍ୱିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି ବିଜେଡି ।

ଭୋଟଗଣତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ଗଣତି କରାଯିବ । ସକାଳ ୮ଟାରୁ ଏହି ଗଣତି ଚାଲୁ ରହିବ । ଏଥିପାଇଁ ୧୪ଟି ଟେବୁଲ୍ କରାଯାଇଥିବାବେଳେ ୨୦ ରାଉଣ୍ଡ ଗଣତି କରାଯିବ । ପ୍ରତି ଟେବୁଲ୍ରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ । ଝାରସୁଗୁଡ଼ା

SP ରାହୁଳ ଜୈନ କହିଛନ୍ତି ଯେ, ଏହି ଭୋଟ୍ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ଗେଟ୍ରେ ପୋଲିସ କର୍ମଚାରୀ ନିୟୋଜିତ ରହିବା ସହ ମୋବାଇଲ ପାଟ୍ରୋଲିଂ ପାର୍ଟି ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ ।
ଷ୍ଟଙ୍ଗ୍ରୁମ୍ ସମ୍ମୁଖରେ ସିସି ଟିଭି ଲଗାଯାଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଗଣତି ଦେଖିପାରିବେ । ଯଦି କୌଣସି ଅସୁବିଧା ହୁଏ ତେବେ ସେମାନେ ରିଟର୍ଣ୍ଣିଂ ଅଫିସର ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇପାରିବେ ।

ସୂଚନାଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନରେ ୭୧.୫୩% ମତଦାନ ହୋଇଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପ ନିର୍ବାଚନରେ ଭୋଟ ହାର ହ୍ରାସ ପାଇଛି । ଚଳିତ ନିର୍ବାଚନରେ ମୋଟ୍ ୧.୫୩ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ବିଜେଡିରୁ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ କିଶୋର ପଟେଲଙ୍କ ସମେତ ମୋଟ୍ ୧୧ଜଣ ପ୍ରାର୍ଥୀ ଏହି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

Get real time updates directly on you device, subscribe now.