fbpx
BJD SKY
BJD SKY

(Video) କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର, ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ…

BJD

ବାଲେଶ୍ୱର: କୋର୍ଟ ପରିସରରେ ଭିଡ଼ିଗଲେ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ହେଲା ଟଣାଓଟରା, ମାରପିଟ୍ । ଫ୍ୟାମିଲି କୋଟ୍ ପାଲଟିଗଲା ରଣକ୍ଷେତ୍ର । ମାରପିଟ୍ ଏତେ ବଢ଼ିଗଲା ଯେ ଏମାନଙ୍କ ଝଗଡ଼ାରୋ ହସ୍ତକ୍ଷେପ କରିବାକୁ ପଡ଼ିଲା ଓକିଲଙ୍କୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର  ଫ୍ୟାମିଲି କୋର୍ଟ ପରିସରରେ ।

ସୂଚନା ଅନୂଯାୟୀ, ଭୋଗରାଇ ବ୍ଲକ୍ ଦେହରୁଦା ଗ୍ରାମର ଡ.ସିଦ୍ଧାର୍ଥ ସ୍ୱରୂପ ଜେନା ୨୦୧୫ରେ ସହଦେବଖୁଣ୍ଟା ଅଞ୍ଚଳର ଲୁତୁଶ୍ରୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ କୌଣସି କାରଣରୁ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ୨୦୧୮ ରେ ଛାଡ଼ପତ୍ର ଆବେଦନ କରିଥିଲେ । ଆଉ ଆଜି ଏମାନଙ୍କୁ କାଉନସେଲିଂ ପାଇଁ କୋର୍ଟକୁ ଡକାଯାଇଥିଲା ।

ଆଉ କୋର୍ଟ ପରିସରେ ଉଭୟ ଦେଖାହେବାପରେ କଥା କଟାକଟି ଓ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଆଉ ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ମାରପିଟ୍ କରିବାକୁ ଆରମ୍ଭ ହୋଇଥିଲା । ଶେଷରେ ଓକିଲମାନଙ୍କ ହସ୍ତକ୍ଷେପ ପରେ ସେମାନେ କୋର୍ଟ ପରିସରରୁ ଚାଲିଯାଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.