fbpx
BSKY
BJD SHG SKY
BJD YOUTH SKY

ଏଣିକି Whatsapp ରେ ବି ମିଳିବ ଖାଦ୍ୟ, ଟ୍ରେନରେ ବସି କରନ୍ତୁ ଅର୍ଡର…

ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍ ଜରିଆରେ ଟ୍ରେନ୍ ରେ ଅର୍ଡର କରନ୍ତୁ ଖାଦ୍ୟ । ତାହାବି ପୂରା ଗରମା ଗରମା ଖାଦ୍ୟ । ଅର୍ଥାତ୍ ଏବେ ଆଉ ଆପଣଙ୍କୁ କୌଣସି ଥାର୍ଡ ପାର୍ଟୀ ଆପ୍ ର ଦରକାର ପଡ଼ିବନି । କେବଳ ହ୍ୱାଟ୍ସଆପ୍ ଜରିଆରେ ଆପଣ ଅର୍ଡର କରିପାରିବେ ଖାଦ୍ୟ । ଆପଣ ହ୍ୱାଟ୍ସଆପ୍ ଚାଟ୍ ବଟ୍ ସର୍ଭିସ୍ ଜରିଆରେ ଆପଣ ଖାଦ୍ୟ ଅର୍ଡର କରିପାରିବେ ।

ଏଥିପାଇଁ ଫୁଡ୍ ଡେଲିଭରି ସର୍ଭିସ Zoop, Jio Haptik ସହ ସହଭାଗିତା କରିଛି । ଏଥିରେ ଆପଣ PNR ନମ୍ବର ସାହାଯ୍ୟରେ ଖାଦ୍ୟ ଅର୍ଡର କରିପାରିବେ । ଏହି Whatsapp Chatbot service ଦ୍ୱାରା ଆପଣ କିଛି ଷ୍ଟେପରେ ଖାଦ୍ୟ ଅର୍ଡର କରିପାରିବେ । ଆଉ ଏହା ଆପଣଙ୍କ ସିଟ ପର୍ଯ୍ୟନ୍ତ ପହଞ୍ଚିଯିବ ।

 

ଏଥିପାଇଁ ପ୍ରଥମେ ଆପଣ ଜୁପ୍ ହ୍ୱାଟ୍ସଆପ୍ ଚାଟ ବଟ୍ ନମ୍ବର ୭୦୪୨୦୬୨୦୭୦ ସେଭ୍ କରିନିଅନ୍ତୁ  । ଏହାପରେ ଏହି ନମ୍ବରରେ ହ୍ୱାଟ୍ସଆପ୍ ଚାଟରେ ଆପଣଙ୍କୁ ୧୦ ଡିଜିଟି ପିଏନଆର୍ ନମ୍ବର ଦେବାକୁ ହେବ । ଏହାପରେ ଆପଣଙ୍କ ସାମ୍ନାରେ ସିଟ୍ ନମ୍ବର, ଟ୍ରେନ୍ ନମ୍ବର ଭଳି ସୂଚନା ଆସିବ । ଏହାପରେ ଜୁପ୍ ଆପଣଙ୍କ ତଥ୍ୟ ଭେରିଫାଏ କରିବ । ଭେରିଫାଏ ପରେ ଆଗାମୀ ଷ୍ଟେସନ ବାଛିବାକୁ ହେବ, ଯେଉଁଠାକୁ ଆପଣ ଖାଦ୍ୟ ମଗାଇବାକୁ ଚାହୁଛନ୍ତି । ଏହାପରେ ଆପଣଙ୍କ ସାମ୍ନାରେ ଅନେକ ରେଷ୍ଟୁରାଣ୍ଟର ଅପ୍ସନ ଆସିବ । ଏଥିରେ କୌଣସି ଗୋଟିଏ ରେଷ୍ଟୁରାଣ୍ଟକୁ ଆପଣ ବାଛିପାରିବେ ଏବଂ ଖାଦ୍ୟ ଅର୍ଡର କରିପାରିବେ । ଏହାପରେ ପେମେଣ୍ଟ ମେଥଡ ହେବା ପରେ ଆପଣ ଆପଣଙ୍କ ଫୁଡ୍ ଟ୍ରାକ୍ କରିପାରିବେ । ବାଛିଥିବା ଷ୍ଟେସରେ ପହଞ୍ଚିବା ମାତ୍ରେ ଆପଣଙ୍କୁ ଆପଣଙ୍କ ଖାଦ୍ୟ ପହଞ୍ଚାଇଦିଆଯିବ ।

Get real time updates directly on you device, subscribe now.