fbpx

(Video) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ KISS କରିବାର ଭିଡିଓ ଭାଇରାଲ: ଆଫଗାନିସ୍ତାନରେ ଉଡିଲା ଭାରତର ବିଜୟ ବାନା 

ନୂଆଦିଲ୍ଲୀ: ଜବରଦସ୍ତ ଷ୍ଟାଇଲରେ ପାକିସ୍ତାନଠୁ ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ । ୧୦ ମାସ ତଳେ ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟର ଜବାବ ଦେଇଛି ରୋହିତ ସେନା । କେବଳ ବୋଲିଂରେ ନୁହେଁ, ବ୍ୟାଟିଂରେ ବି କମାଲ କରି ଦେଖାଇଛନ୍ତି ହାର୍ଦ୍ଦିକ । ଯାହା ଫଳରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ ଅକ୍ତିଆର କରି ନେଇଛି । ପାଣ୍ଡ୍ୟାଙ୍କ କମାଲ ପାଇଁ ମ୍ୟାଚ ଶେଷରେ ତାଙ୍କୁ ଜଣେ ବ୍ୟକ୍ତି କିସ କରିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ପରଫୋରମାନ୍ସ ଦଳକୁ ପାକିସ୍ତାନ ଉପରେ ବିଜୟ ହାସଲ କରାଇଛି ।  ପାଣ୍ଡ୍ୟାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ମିଳିଛି । ଏଥିସହିତ ଆହୁରି ଅନେକ ସ୍ଥାନରୁ ତାଙ୍କୁ ପ୍ରଶଂସା କରାଯାଉଛି । ଏହାରି ମଧ୍ୟରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାରତ ସହିତ ଆଫଗାନିସ୍ତାନରେ ମଧ୍ୟ ଭାରତର ଏହି ବିଜୟ ବାନା ଉଡୁଥିବା ଦେଖାଯାଇଛି । ଆଫଗାନିସ୍ତାନର ଜଣେ ବ୍ୟକ୍ତିଙ୍କ ପାଣ୍ଡ୍ୟାଙ୍କୁ କିସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ମ୍ୟାଚ ଶେଷରେ ପାଣ୍ଡ୍ୟା ଧୋନୀଙ୍କ ଅନ୍ଦାଜରେ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

ଏହି ଛକା ଲାଗିବା ମାତ୍ରେ ଆଫଗାନିସ୍ତାନର ଦର୍ଶକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଛନ୍ତି । ଟିଭି ସ୍କ୍ରିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖି ସେ ନିଜକୁ ସମ୍ଭାଳି ପାରି ନାହାନ୍ତି । ଏବଂ ବିଜୟର ଖୁସିରେ ସେ ପାଣ୍ଡ୍ୟାଙ୍କୁ କିସ କରି ଦେଇଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପିଯାଇଛି । ସମସ୍ତେ ଏହି ଭିଡିଓକୁ ଦେଖି ସେମାନଙ୍କ ଖୁସିକୁ ଅନୁଭବ କରିଛନ୍ତି । ପାକିସ୍ତାନକୁ ମାତ ଦେବା ପରେ ଆଫଗାନିସ୍ତାନରେ ଭାରତର ବିଜୟ ସେଲିବ୍ରେଟ ହେଉଛି ।

 

Get real time updates directly on you device, subscribe now.