fbpx
BJD SKY
BJD SKY

ହାଇଦ୍ରାବାଦର ଏହି ଯୁବତୀଙ୍କୁ ମାଇକ୍ରୋସଫ୍ଟରୁ ମିଳିଲା ୨ କୋଟିର ପ୍ୟାକେଜ୍‌, ପଢା ଶେଷ ହେବା ମାତ୍ରେ ଚାକିରି

BJD

ହାଇଦ୍ରାବାଦ: ହାଇଦ୍ରାବାଦର ନରକୁତି ଦୀପ୍ତି ମାଇକ୍ରୋସଫ୍ଟରେ ବାର୍ଷିକ ୨ କୋଟି ଟଙ୍କା ଦରମାରେ ଚାକିରି ପାଇଛନ୍ତି । ହାଇଦ୍ରାବାଦର ଦୀପ୍ତି ନିକଟରେ ମଲ୍ଟିନ୍ୟାସନାଲ ଟେକ ଦିଗଜ୍ଜ ମାଇକୋସଫ୍ଟରେ ଏକ ଇଞ୍ଜିନିୟର ଭାବେ ଚାକିରି ପାଇଁ ମନୋନୀତ ହୋଇଛନ୍ତି । ସେ ଆମେରିକାର ସିଏଟଲରେ ଥିବା କମ୍ପାନୀର ମୁଖ୍ୟାଳୟରେ ଯୋଗଦେବେ ।

ତେବେ ଫ୍ଲୋରିଡା ୟୁନିଭର୍ସିଟିରେ ଏକ କ୍ୟାମ୍ପସ ପ୍ଲେସେମେଣ୍ଟ ଇଣ୍ଟରଭ୍ୟୁ ସମୟରେ ବଛାଯାଇଥିବା ୩୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୀପ୍ତି ହିଁ ସର୍ବାଧିକ ବାର୍ଷିକ ଦରମା ପ୍ୟାକେଜ୍ ପାଇଛନ୍ତି । ବିଭିନ୍ନ କମ୍ପାନୀର କ୍ୟାମ୍ପସ୍ ସାକ୍ଷାତକାର ସମୟରେ, ଦୀପ୍ତି ମାଇକ୍ରୋସଫ୍ଟ ବ୍ୟତୀତ ମାଇକ୍ରୋସଫ୍ଟ ଏବଂ ଗୋଲ୍ଡମ୍ୟାନ୍ ସାକ୍ସଙ୍କ ଠାରୁ ଚାକିରି ଅଫର ମଧ୍ୟ ପାଇଥିଲେ | ମାଇକ୍ରୋସଫ୍ଟରେ ଏକ ସଫ୍ଟୱେର୍ ଡେଭଲପମେଣ୍ଟ ଇଞ୍ଜିନିୟର (SDE) ଗ୍ରେଡ୍ -2 ବର୍ଗ ଭାବରେ ଦୀପ୍ତି ଚୟନ କରାଯାଇଥିଲା, ଯାହା ସେ ଗ୍ରହଣ କରିଥିଲେ | ଦୀପ୍ତି ମେ ୧୮ ରେ ସିଆଟେଲରେ ଚାକିରି ଆରମ୍ଭ କରିଥିଲେ।

ଦୀପ୍ତିଙ୍କ ପିତା ଡକ୍ଟର ଭେଙ୍କନା ହାଇଦ୍ରାବାଦ ପୋଲିସ କମିଶନରଙ୍କ ଫୋରେନସିକ୍ ବିଶେଷଜ୍ଞ। ଏହା ପ୍ରଥମ ଥର ନୁହେଁ ଯେ ଦୀପ୍ତି ଏକ ବଡ କମ୍ପାନୀରେ କାମ କରୁଛନ୍ତି। ହାଇଦ୍ରାବାଦର ଓସମାନିଆ କଲେଜ ଅଫ୍ ଇଞ୍ଜିନିୟରିଂରୁ BTech ସମାପ୍ତ କରିବା ପରେ ଦୀପ୍ତି ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଜେପି ମୋର୍ଗାନରେ ଯୋଗ ଦେଇଥିଲେ।ସେଠାରେ ତିନି ବର୍ଷ କାମ କରିବା ପରେ ସେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଏବଂ ଚାକିରି ଛାଡିବାକୁ ସ୍ଥିର କଲେ। ସେ ଛାତ୍ରବୃତ୍ତି ନେଇ ଏମଏସ କାର୍ଯ୍ୟକ୍ରମ କରିବାକୁ ଆମେରିକା ଯାଇଥିଲେ।

Get real time updates directly on you device, subscribe now.