fbpx
BJD SKY
BJD SKY

କୋଭିସିଲ୍ଡର ୨ୟ ଡୋଜ ଅବଧି ବୃଦ୍ଧି ନେଇ ACSଙ୍କ ଚିଠି

BJD

ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ଵ ଦିଆଯାଉଛି । ଏହାରି ମଧ୍ୟରେ କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । କୋଭିସିଲ୍ଡର ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ୍ ସମୟ ଅବଧି ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି ACS । ତେବେ ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ସମ୍ପୂର୍ଣ୍ଣ ଭାରତରେ କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ବ୍ୟବଧାନ ୪ ସପ୍ତାହ ବଦଳରେ ୪ ମାସ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡ. ଫାଉଚୀ ଯଥାର୍ଥ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଡା. ଫାଉଚୀ କହିଛନ୍ତି, ଯଦି ଟିକାର ଅଭାବ ରହିଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଜରୁରୀ, ତେବେ ଏହି ପଦ୍ଧତି ଆପଣାଇବା ସମ୍ପୂର୍ଣ୍ଣ ଠିକ୍‌।

Get real time updates directly on you device, subscribe now.