fbpx
BSKY
BJD MC SKY
BJD YOUTH SKY

ରୋମାଞ୍ଚକର ସ୍ଥିତିରେ ହାଇଦ୍ରାବାଦ ଟେଷ୍ଟ: ଟିମ ଇଣ୍ଡିଆକୁ କଷ୍ଟସାଧ୍ୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବର୍ତ୍ତମାନ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଦ୍ୱିତୀୟ ଇନିଂସରେ ଦମଦାର କମବ୍ୟାକ କରି ଟିମ ଇଣ୍ଡିଆକୁ ଏକ କଷ୍ଟସାଧ୍ୟ ଲକ୍ଷ୍ୟ ପ୍ରଦାନ କରିଛି ଇଂଲଣ୍ଡ । ଓଲି ପୋପଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତକୁ ୨୩୧ ରନର ବିଜୟ ଲକ୍ଷ୍ୟ ମିଳିଛି । ତେବେ ଏହି ଇନିଂସରେ ନିଜ ଦ୍ୱିଶତକରୁ ମାତ୍ର ୪ ରନ୍ ଦୂରରେ ରହି ଯାଇଛନ୍ତି ଷ୍ଟାର ବ୍ୟାଟର ଓଲି ପୋପ୍ । ୧୯୬ ରନ୍ କରି ଇଂଲଣ୍ଡକୁ ଆଉ ଏକ ବଡ଼ ସ୍କୋର ଅଭିମୁଖେ ନେବା ପ୍ରୟାସରେ ଆଉଟ ହୋଇ ସେ ପାଭିଲିୟନ ଫେରିଛନ୍ତି ।

ପ୍ରଥମ ଇନିଂସରେ ଝଟକା ପାଇବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଦମଦାର କମବ୍ୟାକ କରିଛି । ଓଲି ପୋପଙ୍କ ୧୯୬ ରନର ବିସ୍ଫୋରକ ଇନିଂସ ବଳରେ ଇଂଲଣ୍ଡ ୪୨୦ ରନ ସଂଗ୍ରହ କରିବାରେ ସଫଳ ହୋଇଛି । ତେବେ ଭାରତକୁ ୨୩୧ ରନର ଏକ କଷ୍ଟସାଧ୍ୟ ଲକ୍ଷ୍ୟ ଦେଇଛି ଇଂଲଣ୍ଡ । ପୋପଙ୍କ ବ୍ୟତୀତ ଅନ୍ୟ କୌଣସି ଇଂଲିଶ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ବିପକ୍ଷରେ ବଡ଼ ସ୍କୋର କରିବାରେ ସଫଳ ହୋଇ ନାହାନ୍ତି । ପୋପଙ୍କ ଏହି ଶତକୀୟ ଇନିଂସ ଯୋଗୁଁ ଭାରତକୁ ୨୩୦ ରନର ଏକ ବିଜୟଲକ୍ଷ୍ୟ ପ୍ରଦାନ କରିଛି । ଓଲି ପୋପ ୨୭୮ ବଲରୁ ୨୧ଟି ଚୌକା ସହ ୧୯୬ ରନ୍ କରିଛନ୍ତି । ଏହାବ୍ୟତୀତ ବେନ୍ ଡକେଟ ୪୭ ରନ୍ କରିଥିବା ବେଳେ ବେନ୍ ଫୋକ୍ସ ଏବଂ ଟମ୍ ହାର୍ଟଲୀ ୩୪ ରନ୍ ଲେଖାଏଁ କରି ଆଉଟ ହୋଇଛନ୍ତି ।

ସେପଟେ ପୁଣିଥରେ ଦ୍ୱିତୀୟ ଇନିଂସରେ ୱିକେଟ ଶୂନ୍ୟ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ଇଛନ୍ତି ଭାରତର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ଏହି ଇନିଂସରେ ସେ ମୋଟ ୪ଟି ୱିକେଟ ହାସଲ କରିଛନ୍ତି । ତେବେ ସବୁଠାରୁ ବଡ଼ ୱିକେଟ ଭାବରେ ଓଲି ପୋପଙ୍କୁ ୧୯୬ ରନରେ ପାଭିଲିୟନର ରାସ୍ତା ଦେଖାଇଛନ୍ତି ବୁମରାହ । ଏହାପରେ ଅଶ୍ୱୀନ ୩ଟି ୱକେଟ ଅକ୍ତିଆର କରିଥିବା ବେଳେ ଜାଡେଜା ୨ ଏବଂ ଅକ୍ଷର ପଟେଲ ଗୋଟିଏ ସଫଳତା ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.