fbpx

ଏଥର ବିହାରରେ ବିଜେପି କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏହି ଦୁଇ ପଛୁଆ ସମୁଦାୟର ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏଠାରେ ୧୭ ମାସର ପୁରୁଣା ମେଣ୍ଟ ସରକାରର ଅନ୍ତ ଘଟିଛି । ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ ନୀତିଶ କୁମାର ମିଡିଆ ସହ ଆଲୋଚନା କରିଛନ୍ତି ଓ ନିଜ ଇସ୍ତଫାର କାରଣ କହିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ନୀତିଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ତେବେ ଏହି ପରିବର୍ତ୍ତନ ପରେ ନୀତିଶ ମୁଖ୍ୟମନ୍ତ୍ରୀ ହେବା ସହ ବିଜେପିର ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ।

ତେବେ ବିଜେପି ଏଥର ବିହାରରେ ବଡ ପରିବର୍ତ୍ତନ କରିଛି । ଗତ ଥର ବିଜେପି ପଛୁଆ ଜାତିର ପ୍ରତିନିଧିତ୍ୱ କରୁଥିବା ତାରକେଶ୍ୱର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରିଥିଲା । କିନ୍ତୁ ଏଥର ଭୂମିହୀନ ସମୁଦାୟରୁ ଆସିଥିବ ବିଜୟ ସିହ୍ନା ଓ ପଛୁଆ ଜାତିରୁ ଆସିଥିବା ସମ୍ରାଟ ଚୌଧୁରୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ।

Get real time updates directly on you device, subscribe now.