fbpx
BSKY
BJD YOUTH SKY
BJD MS SKY

IRCTC ଲଞ୍ଚ କଲା ୫ ଦିନିଆ ଦୁବାଇ ଟୁର୍ ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଏବଂ ବୁକିଂ ଡିଟେଲ୍ସ

ଓଡ଼ିଶା ଭାସ୍କର: ନୂଆବର୍ଷ ପାଇଁ ପର୍ଯ୍ୟଟନ ସ୍ଥଳୀ ବେଶ ଚଳଚଞ୍ଚଳ ରହିଥାଏ । ପିକନିକ୍, ହନିମୁନ୍, ଫ୍ୟାମିଲି ଟୁର୍ ଇତ୍ୟାଦି ପାଇଁ ଲୋକମାନେ ମାସକ ପୂର୍ବରୁ ଟ୍ରେନ୍ କିମ୍ବା ଫ୍ଲାଇଟ୍ ଟିକେଟ ବୁକିଂ କରିଥାନ୍ତି । ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରାଭେଲ କମ୍ପାନୀ ଟୁର୍ ପ୍ୟାକେଜ୍ ଅଫର ଜାରି କରିଥାନ୍ତି । ଗୋଟିଏ ପଟେ IRCTC ଦେଶର ବିଭିନ୍ନ ଅଂଚଳରେ ସ୍ଥିତ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳୀକୁ ଟ୍ରେନ୍ ମାଧ୍ୟମରେ ଟୁର୍ ପ୍ୟାକେଜର ବ୍ୟବସ୍ଥା ସଂଚାଳନ କରୁଥିବା ବେଳେ ଅନ୍ୟପଟେ ବିଦେଶରେ ପର୍ଯ୍ୟଟନ ସ୍ଥଳୀ ପାଇଁ ମଧ୍ୟ ବିମାନ ସେବା ଯୋଗେ ଟୁର୍ ପ୍ୟାକେଜ ସୁବିଧା ଯୋଗାଉଛି । ଏହି କ୍ରମରେ IRCTC ଚେନ୍ନାଇରୁ ଦୁବାଇ ବିମାନ ସେବା ପ୍ୟାକେଜ୍ ଲଞ୍ଚ କରିଛି ।

IRCTC ଦ୍ୱାରା ଚେନ୍ନାଇରୁ ଦୁବାଇ ଟୁର୍ ପ୍ୟାକେଜ ସୁବିଧା ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ ଉପଲବ୍ଧ । ୪ ରାତି ଏବଂ ୫ ଦିନ ବିଶିଷ୍ଟ ଏହି ଟୁର୍ ପ୍ୟାକେଜରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ଚେନ୍ନାଇରୁ ଦୁବାଇ ନିଆଯିବା ସହ ୩ ତାରକା ହୋଟେଲରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ କରିପାରିବେ ଭ୍ରମଣ:

ପ୍ରଥମ ଦିନ- ପ୍ରଥମ ଦିନରେ ପର୍ଯ୍ୟଟକମାନଙ୍କୁ ଚେନ୍ନାଇ ଏୟାରପୋର୍ଟରୁ ଶାରଜାହ ଏୟାରପୋର୍ଟକୁ ନଆଯିବ । ସେଠାରେ ହେଟେଲରେ ଚେକ୍ ଇନ୍ ଏବଂ ଜଳଖିଆ କରିବା ପରେ ସନ୍ଧ୍ୟାରେ ଡେଜର୍ଟ ସଫାରି ରହିଛି । ଏହା ପରେ ରାତିରେ ହୋଟେଲ ଆସିବା ପରେ ଡିନର ରହିଛି ।

ଦ୍ୱିତୀୟ ଦିନ- ସକାଳ ଜଳଖିଆ ପରେ ଶପିଙ୍ଗ୍ ବ୍ୟବସ୍ଥା ରହିଛି । ଏହା ପରେ ଦୁବାଇ ସହରରେ ଭ୍ରମଣ ସହ ବୁର୍ଜ ଖଲିଫା ଦେଖିବାର ସୁଯୋଗ ପାଇବେ । ଏହା ପରେ ସନ୍ଧ୍ୟାରେ ମରିନା କ୍ରୁଜରେ ଡିନର କରିବାର ମଧ୍ୟ ସୁଯୋଗ ମିଳିବ ।

ତୃତୀୟ ଦିନ- ତୃତୀୟ ଦିନ ଭ୍ରମଣ ପାଇଁ ତାଲିକାରେ ରହିଛି ଆବୁଧାବି । ଏଠାରେ ଶେଖ୍ ଜାୟଦ୍ ଗ୍ରାଣ୍ଡ ମସଜିଦ୍ ଦେଖିପାରିବେ । ପରେ ସନ୍ଧ୍ୟାରେ ଦୁବାଇ ଫେରି ଡିନର ରହିଛି ।

ଚତୁର୍ଥ ଦିନ: ଏହି ଦିନ ଦୁବାଇର ଏକ୍ୟୁାରିୟମ୍ ଏବଂ ଅଣ୍ଡରୱାଟର ଜୁ ଦେଖିବା ପାଇଁ ଯିବେ । ସେଦିନ ଫେରିବା ପରେ ଦୁବାଇ ହୋଟେଲରେ ରାତ୍ରି ଡିନର ରହିଛି ।

ପଞ୍ଚମ ଦିନ: ପଞ୍ଚମ ଦିନ ହୋଟେଲରୁ ଚେକ୍ ଆଉଟ୍ କରିବା ପରେ କିରେକଲ୍ ଗାର୍ଡ଼ନ ଏବଂ ଗ୍ଲୋବାଲ ଭିଲେଜ୍ ଦେଖିବା ପାଇଁ ଯିବେ ପର୍ଯ୍ୟଟକ । ଏହା ପରେ ସେମାନଙ୍କୁ ଶାରଜାହ ବିମାନବନ୍ଦରରେ ଛାଡ଼ି ଦିଆଯିବ । ଏଠାରୁ ସେମାନେ ଚେନ୍ନାଇ ପାଇଁ ରିଟର୍ଣ୍ଣ ଫ୍ଲାଇଟ୍ ପାଇପାରିବେ ।

କେତେ ହେବ ଖର୍ଚ୍ଚ ?

ଏହି ଦୁବାଇ ଟୁର୍ ପ୍ୟାକେଜ ଅନ୍ତର୍ଗତ ୩ ତାରକା ହୋଟେଲରେ ୩ ଜଣ ବ୍ୟକ୍ତିଙ୍କ ଏକାଠି ରହଣୀ ପାଇଁ ବ୍ୟକ୍ତି ପିଛା ୯୧, ୫୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ହେଟେଲ ରୁମରେ ଜଣେ ବ୍ୟକ୍ତି ପିଛା ୧,୦୫,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତା ପିତାଙ୍କ ସହ ପିଲାଙ୍କ ପାଇଁ ବ୍ୟକ୍ତି ପିଛା ମୂଲ୍ୟ ୮୯, ୭୦୦ ଟଙ୍କା(ବେଡ୍ ସହ) ଏବଂ ୭୯, ୫୦୦(ବିନା ବେଡ୍) ଟଙ୍କା ରହିଛି ।

କେମିତି କରିବେ ବୁକିଂ ?

ଏହି ଟୁର୍ ପାଇଁ ବୁକିଂ କରିବାକୁ ଚାହୁଁଥିଲେ ଆପଣଙ୍କୁ ଚେନ୍ନାଇ IRCTC ଅଫିସରେ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ IRCTC ଅଫିସିଆଲ ୱେବସାଇଟ୍ www.irctctourism.com ମାଧ୍ୟମରେ ଅନଲାଇନ୍ ବୁକିଂ କରିପାରିବେ । ଅଧିକ ସୂଚନା ପାଇଁ ଏହି ନମ୍ବରରେ ସମ୍ପର୍କ କରନ୍ତୁ:
Mr.Cowthman NS-8287931974
Mr.John- 8287931968
Yokesh- 9003140682

Get real time updates directly on you device, subscribe now.