fbpx

ଏହି ଉପାୟରେ କରନ୍ତୁ ପୁଦିନା ଚାଷ: ଅଳ୍ପ ଖର୍ଚ୍ଚରେ ହୋଇପାରିବେ ଲାଭବାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଦିନା ଏହା ଏପରି ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି । କେବଳ ବାସ୍ନା ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ ମଧ୍ୟ କରାଯାଇଥାଏ । ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଖରାଦିନେ ଅନେକ ଲୋକ ପୋଦିନା ପାଣି ପିଇବାକୁ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି ।

Hydroponic System (Deomonstrative purpose)

ତେବେ ପୁଦିନା ହେଉଛି ଏକ ହାଇଡ୍ରୋପୋନିକ୍ ଫସଲ ଅର୍ଥାତ୍ ଏହାକୁ ଚାଷ କରିବା ପାଣି ମାଟିର ମଧ୍ୟ ଆବଶ୍ୟକ ହୋଇନଥାଏ ପାଣିରେ ମଧ୍ୟ ଏହାକୁ ସହଜରେ ଚାଷ କରିହେବ । ଏହାକୁ ଚାଷ କରିବା ମଧ୍ୟ ସହଜ । ଖରାଦିନ ହେଉ କି ଶୀତଦିନ ସବୁବେଳେ ଏହାର ଚାହିଦା ରହିଛି । ଏହା ଏକ ଲୋକପ୍ରିୟ ଉଦ୍ଭିଦ, ବର୍ଷସାରା ଏହାର ଚାହିଦା ରହିଛି ଏବଂ ବଜାରରେ ଏହାର ବେଶ୍ ଭଲ ଚାହିଦା ରହିଛି । ତେବେ ଆସନ୍ତୁ ଜାଣିବା କିପରି ଏହି ପୁଦିନା ଚାଷ କରି କୃଷି ଭାଇମାନେ ଲାଭବାନ ହୋଇପାରିବେ ।

ହାଇଡ୍ରୋପୋନିକ ସିଷ୍ଟମରେ ନୂତନ ଭାବେ ଚାଷ କାମ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ପୁଦିନା ଉକ୍ରୃଷ୍ଟ । ଏହାକୁ ଆପଣ ଯେ କୌଣସି ହାଇଡ୍ରୋପୋନିକ ସିଷ୍ଟମକୁ ବ୍ୟବହାର କରିପାରିବେ । ଏଥିରେ ପୁଦିନା ସହଜରେ ହୋଇପାରିବ । ନିମ୍ନଲିଖିତ ହାଇଡ୍ରୋପୋନିକ ସିଷ୍ଟମରେ ହୋଇପାରିବ ପୁଦିନା ଚାଷ ।

–              ଫ୍ଲୋ ଆଣ୍ଡ୍ ଏବବ୍ (Flow and ebb)

–              ନ୍ୟୁଟ୍ରିଏଣ୍ଟ ଫିଲ୍ମ ପ୍ରକ୍ରିୟା (Nutrient film method)

–              ବବଲ ବକେଟ୍ସ (Bubble Buckets)

ଏମିତି ଲଗାଇପାରିବେ ପୁଦିନା:

ମଞ୍ଜିରୁ ପୁଦିନା ଗଛ ହୋଇପାରିବ କିନ୍ତୁ ଏହାର ଡାଳକୁ କାଟି ଲଗାଇବା ଦ୍ୱାରା ଏହ ଶୀଘ୍ର ବଢ଼ିଥାଏ ଯାହା ବ୍ୟବସାୟିକ କ୍ଷେତ୍ରରେ ବେଶ୍ ଉପଯୋଗୀ ହୋଇଥାଏ । କାଟାଯାଇଥିବା କିଛି ସପ୍ତାହ ମଧ୍ୟରେ ବଢ଼ିଥାଏ ।

–              ତେବେ ଅନ୍ୟ ସ୍ଥାନରେ ଏହାକୁ ଲଗାଇବାକୁ ଚାହୁଥିଲେ ପ୍ରଥମେ ସୁସ୍ଥ ଏବଂ ସତେଜ ଡାଳକୁ କାଟି ପାଣିରେ ରଖନ୍ତୁ ।

–              ଯେତେବେଳେ ଏଥିରେ ନୂଆ ଚେର ଆସିବ ଏହି ଚେରକୁ ଅଲଗା କରି ଏଥିରେ ନୂଆ ଗଛ ସୃଷ୍ଟି ହୋଇଥାଏ ।

ଦରକାର ହୋଇଥାଏ ଏହି ସବୁ ମାଧ୍ୟମ:

ଏହାକୁ ହାଇଡ୍ରୋପୋନିକ ଉପାୟରେ ଚାଷ କରାଯାଇପାରିବ । ଏହା ଅନ୍ୟ ଉଦ୍ଭିଦ ଭଳି ପାଣିରେ ଥିବା ପୋଷକ ତତ୍ତ୍ୱର ଆବଶ୍ୟକ କରିଥାଏ । ଏଥିରେ ଫୁଲ ଆସିନଥାଏ ଫଳରେ ଅଧିକ ପୋଷକ ତତ୍ତ୍ୱର ଆବଶ୍ୟକତା ନଥାଏ ଏବଂ ସହଜରେ ଏହାର ପାଣିରେ ବଢ଼ିପାରେ ।

ରହିଛି ଏହି ସବୁ ପୋଷକ ତତ୍ତ୍ୱ:

ପୁଦିନା ଖାଇବା ସ୍ୱାସ୍ଥ୍ୟପାଇଁ ବେଶ୍ ଲାଭଦାୟକ ହୋଇଥାଏ । ୧/୩ ପୁଦିନାରେ ଏକ ଗ୍ରାମ ଫାଇବର, ୧୨ % ଭିଟାମିନ୍, ୯% ଆଇରନ, ୮% ମାଙ୍ଗାନିଜ୍ ଏବଂ ୪ % ଫୋଲେଟ ରହିଛି । ତେଣୁ ଏହାକୁ ଆପଣଙ୍କୁ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ ।

ଏହି ସବୁ ପରିସ୍ଥିତିରେ ବଢ଼ିଥାଏ ପୁଦିନା

–              ଦିନକୁ ୧୪-୧୬ ଘଣ୍ଟାରେ ସୂର୍ଯ୍ୟାଲୋକ ଆବଶ୍ୟକ

–              ଜଲଦୀ ବଢ଼ିବା ପାଇଁ ନୀଳ ସ୍ପେକ୍ଟ୍ରମ ଲାଇଟର ବ୍ୟବସ୍ଥା କରିପାରିବେ

–              ଦିନରେ ୬୫-୭୦ଂଫାରେନାଇଟ ଏବଂ ରାତିରେ ୫୦-୫୫ଂ ଫାରେନାଇଟ ତାପମାତ୍ରା ବଜାୟ ରଖନ୍ତୁ

–              ପାଣିର ପିଏଚ ଲେଭଲ ୬.୦ ରୁ ୭.୦ ମଧ୍ୟରେ ରହିବା ଆବଶ୍ୟକ ଏବଂ ଇସି ୨.୨ ରୁ ୨.୬ ମଧ୍ୟରେ ରହିବା ଆବଶ୍ୟକ ।

–              ପୁଦିନାର ଚେରକୁ କେବେବି ଶୁଖିବାକୁ ଦିଅନ୍ତୁ ନାହିଁ ସବୁବେଳେ ଏହାକୁ ପାଣିରେ ଭିଜାଇ ରଖନ୍ତୁ ।

Get real time updates directly on you device, subscribe now.