fbpx

ବିବାହ ପାଇଁ ମୁଁ ରାଜି, କିନ୍ତୁ…. ଏହି କିନ୍ତୁରେ କ’ଣ କହିଦେଲେ ଅଭିଯୁକ୍ତ ବିଧାୟକ?

AAKASH

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଏବଂ ପ୍ରେମିକାଙ୍କ ଭିତିରି କଥା ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ରାଜ୍ୟ ବାହାରକୁ ବି କଥାଟା ସମ୍ପୂର୍ଣ୍ଣ ବ୍ୟାପି ସାରିଲାଣି । ଏତେ ସବୁ ପରେ ବି ଶାନ୍ତ ରହିଥିବା ବିଧାୟକ କିନ୍ତୁ ଏବେ ମୁହଁ ଖୋଲିଛନ୍ତି । ଘଟଣା ସମ୍ପନ୍ଧରେ ବିଧାୟକଙ୍କ ପ୍ରତିକ୍ରିୟା ଏବେ ଘଟଣାର ମୋଡ ବଦଳାଇ ଦେଇଛି । ଆଜି ପର୍ଯ୍ୟନ୍ତ ବିଧାୟକଙ୍କୁ ଆଙ୍ଗୁଠି ଉଠାଯାଉଥିବା ବେଳେ ତାଙ୍କ ପ୍ରତିକ୍ରିୟା ଏବେ କିଛି ଭିନ୍ନ କାହାଣୀ କହୁଛି ।

ହା ହେବାକୁ ନ ଆସିବାରୁ ବିଧାୟକଙ୍କ ନାଁରେ ହୋଇଥିବା ଏତଲାକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଜୟ ଶଙ୍କର ଦାସ । ସମସ୍ତଙ୍କ ସାମନାରେ ବାହା ହେବାକୁ ରାଜି ଥିବା ସ୍ୱୀକାର କରିଛନ୍ତି ବିଧାୟକ । ଏତଲା ହେବାର ପୂର୍ବଦିନ ପ୍ରେମିକା ସୋମାଲିନଙ୍କ ସହ କଥା ମଧ୍ୟ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । ବିଧାୟକଙ୍କ କହିବା ଅନୁସାରେ, ହାତରେ ଆଉ ୬୦ ଦିନ ବାକି ଅଛି, ଭଲ ସମୟ ଦେକି ବିବାହ କରିବାକୁ ସେ କହିଥିଲେ । ତେବେ ସୋମାଲିନଙ୍କ ସହ ବିବାହ ନିଶ୍ଚୟ ହେବ । କାରଣ ବାହାଘର ପାଇଁ ମୁଁ କେବେ ମନା କରିନାହିଁ । ମାଆଙ୍କ ଦେହ ଖରାପ ତିବାରୁ ବିବାହ ପାଇଁ ସମୟ ମାଗିଥିବା କହିଛନ୍ତି ବିଧାୟକ ବିଜୟ ଶଙ୍କର ଦାସ ।

ନିଜ ସଫେଇରେ ଏସବୁ କହିସାରିବା ପରେ ସେ ଏକ ପ୍ରଶ୍ନ ପଚାରିଛନ୍ତି । ଏତେ ଜଲଦି ବିବାହ କରିବା ପାଇଁ କାହିଁକି ବାଧ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଏହା ସହିତ ତାଙ୍କ ନାମରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ସେ ଯୁକ୍ତି ବାଢିଛନ୍ତି । ବିବାହ ପାଇଁ ମନା କରିବା ଏବଂ ସେକ୍ସ ରାକେଟ ଚଳାଇବା ଇତ୍ୟାଦି ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଦୃଡତାର ସହ କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।

Get real time updates directly on you device, subscribe now.