fbpx

ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଦେଲେ ଯୁବକ: ରାସ୍ତା ମଝିରେ ଏହି ପ୍ରସଙ୍ଗକୁ ନେଇ କଲେ ଆଲୋଚନା

AAKASH

ଚଣ୍ଡୀଗଡ଼: ସେନାରେ ନିଯୁକ୍ତି ପାଇଁ ହୋଇଥିବା ଅଗ୍ନିପଥ ଯୋଜନାର ବିରୋଧ ଜାରି ରହିଛି । ଏହି ଯୋଜନାକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାରି ମଧ୍ୟରେ ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀ ନିଜ କାର୍କେଡ ରୋକି ଜନତାଙ୍କ ଅଭିଯୋଗ ଶୁଣିଛନ୍ତି ।

ଏହି ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଜଣେ ବ୍ୟକ୍ତିଙ୍କ ସହ କଥା ହେବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନିଜ କାର୍କେଡ ରୋକିଥିଲେ । ସିଏମ ମାନ୍ ସଂଗରୁର ଉପନିର୍ବାଚନ ପାଇଁ ପ୍ରଚାର କରୁଥିଲେ, ସେହି ସମୟରେ ଏହି ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ରୋକିବା ମାତେ ଯୁବକ ତାଙ୍କ ପାଖରେ ପହଞ୍ଚିଯାଇଥିଲେ । ସିଏମ ତାଙ୍କ ସହ ହାତ ମିଳାଇଥିଲେ ଏବଂ ଯୁବକ ଜଣକ ଅଗ୍ନିପଥ ଯୋଜନାର ବିରୋଧ କରିଥିଲେ । ଏହାକୁ ନେଇ ଭଗୱନ୍ତ ମାନ କହିଥିଲେ ଯେ ଯଦି ସାଂସଦ ଏହି ଯୋଜନା ଉପରେ ଚର୍ଚ୍ଚା କରିବା ପାଇଁ ସାକ୍ଷାତକାର କରିବେ ତେବେ ତାଙ୍କ ସହ ବ୍ୟକ୍ତିଗତ ଭାବରେ ନିଜେ  କଥା ହେବେ ।

ଏହି ଘଟଣାର ଭିଡିଓ ଆମ୍ ଆଦମୀ ପାର୍ଟୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛି । ଭିଡିଓ ପୋଷ୍ଟରେ ଲେଖାଯାଇଛି ଯେ ଅଗ୍ନିପଥ ଯୋଜନାର ବିରୋଧ କରୁଥିବା ଜଣେ ଯୁବକଙ୍କ କଥା ଶୁଣିବା ପାଇଁ ସିଏମ ସଙ୍ଗରୁର ଉପନିର୍ବାଚନ ସମୟରେ ନିଜ ରୋଡ ଶୋ ଅଟକାଇଥିଲେ । ଏଥିପାଇଁ ହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଭଲପାଏ ।

ଭିଡିଓରେ ଦେଖାଯାଉଛି ଭଗୱନ୍ତ ମାନ୍ ନିଜ କାରରେ ଛିଡ଼ା ହୋଇ ଉପନିର୍ବାଚନ ପାଇଁ ରୋଡ୍ ଶୋ କରୁଥିବାବେେଳେ ଜଣେ ଯୁବକ ତାଙ୍କୁ ଡାକିଥିଲେ । ଆଉ ଏହାକୁ ନେଇ ତାଙ୍କ କାର୍କେଡ ଅଟକି ଥିଲା ଏବଂ ନିଜେ ମୁଖ୍ୟମନ୍ତ୍ରୀ ଉକ୍ତ ଯୁବକଙ୍କ ସହ କଥା ହୋଇଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନାର ବିରୋଧ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଅଗ୍ନିପଥ ଯୋଜନାକୁ ନେଇ ନିକଟରେ ବିହାର ଠାରୁ ନେଇ ୟୁପି, ତେଲଙ୍ଗାନା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ହୋଇଥିଳା । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନା ମୁଖ୍ୟଙ୍କ ସହ ମିଶି ଏହି ସ୍କିମର ସମୀକ୍ଷା ବୈଠକ କରିଥିଲେ । ସେପଟେ ତିନି ସେନା ମୁଖ୍ୟ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଗ୍ନପଥରେ ହେବାକୁ ଥିବା ନିଯୁକ୍ତି ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ।

Get real time updates directly on you device, subscribe now.