fbpx

ପୁଣି ନିଶା ମାଫିଆଙ୍କୁ ଟାର୍ଗେଟ: ଜବତ ହେଲା ବିପୁଳ ଗଞ୍ଜେଇ, ବେପାରୀ ଗିରଫ

AAKASH

ଭୁବନେଶ୍ୱର: ରାଜ୍ୟରେ ନିଶା ମାଫିଆଙ୍କ ରାଜୁତି ବଢିବାରେ ଲାଗିଛି । ଆଜି ପୋଲିସ ହାତରେ ଲାଗିଛି ଆଉ ଏକ ବଡ ସଫଳତା । ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ମୋଟ ୬୪୭ କେଜି ଗଞ୍ଜେଇ ଜବତ କରାଯାଇଛି । ଏହା ବ୍ୟତୀତ ୪ ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ପାତ୍ରପୁଟ ନିକଟରେ ପୋଲିସ ଏକ ଗଞ୍ଜେଇ ରପ୍ତାନୀ ରାକେଟକୁ ଜବତ କରିଛି । ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ସମୟରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ମାଫିଆଙ୍କୁ ଗିରଫ କରିତିବା ନେଇ ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୬୪ ଲକ୍ଷ ୭୦ ହଜାର ଟଖଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ୪ ଜଣ ମାଫିଆଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବିହାର ଏବଂ ରାଜସ୍ଥାନର ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ଅଦିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଗୋଟିଏ ପରେ ଗୋଟିଏ ସ୍ଥାନରେ ନିଶା କାରବାରରେ ନିଜ ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ରହିଛନ୍ତି ମାଫିଆ । ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ରାଜଧାନୀ ଭୁବନେଶ୍ୱର ନିଶା ମାଫିଆଙ୍କ ପାଇଁ ଏକ ପେଣ୍ଠସ୍ଥଳୀ ପାଲଟିଛି । ଅଧିକାଂଶ ସମୟରେ ଏଠାରେ ଗଞ୍ଜେଇ, ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରୁଛି ପୋଲିସ ଏବଂ ଅବକାରୀ ବିଭାଗ ।

Get real time updates directly on you device, subscribe now.