fbpx

ଟସ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ: ରୋମାଞ୍ଚକର ହେବ ଆଜିର ଫାଇନାଲ ମ୍ୟାଚ

AAKASH

ବେଙ୍ଗଲୁରୁ: ବେଙ୍ଗଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ତଥା ଫାଇନାଲ ମ୍ୟାଚ । ଏହି ରୋମାଞ୍ଚକର ମ୍ୟାଚରେ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ସାଉଥ ଆଫ୍ରିକା ଦଳ । ୨-୨ରେ ସିରିଜ ଏପର୍ଯ୍ୟନ୍ତ ବରାବର ରହିଥିବା ବେଳେ ଆଜିର ମ୍ୟାଚ ଉପରେ ରହିବ ସମସ୍ତଙ୍କ ନଜର । ଆଜିର ଏହି ମ୍ୟାଚରେ ବିଜେତା ହିଁ ସିରିଜକୁ ନିଜ ନାମରେ କରିବ ।

ଭାରତ ବିପକ୍ଷ ଶେଷ ତଥା ଫାଇନାଲ ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂପାଇଁ ନିଷ୍ପତ୍ତି ନେଇଛନ୍ତି ସାଉଥ ଆଫ୍ରିକାର ଅଧିନାୟକ କେଶବ ମହାରାଜ । ପୂର୍ବ ମ୍ୟାଚରେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଆଫ୍ରିକା ଦଳର ନିୟମିତ ଅଧିନାୟକ ତେମ୍ବା ବାଭୁମା । ତାଙ୍କ ସ୍ଥାନରେ ଟ୍ରିଷ୍ଟନ ଷ୍ଟବ୍ସଙ୍କୁ ଦଳରେ ସାମିଲ କରାଯାଇଛି । ଏହାବ୍ୟତୀତ ଆହୁରି ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି ଦକ୍ଷିଣ ଆଫ୍ରିକା । ମାକ୍ରୋ ଜାନସେନ ଏବଂ ସାମ୍ସିଙ୍କ ପରିବର୍ତ୍ତେ କାଗିସୋ ରାବାଡା ଏବଂ ରିଜା ହେଣ୍ଡ୍ରିକ୍ସ ଆଜିର ମ୍ୟାଚରେ ସୁଯୋଗ ପାଇଛନ୍ତି । ସେପଟେ ପୁରୁଣା ଟିମ ସହ ଖେଳୁଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି ।

୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ ୨-୨ରେ ବରାବର ରହିଛି । ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଥିବା ବେଳେ ଶେଷ ଦୁଇଟି ମ୍ୟାଚରେ ବାଜି ମାରିଛି ମେନ ଇନ ବ୍ଲୁ । ତେବେ ଆଜିର ମ୍ୟାଚ ଶେଷ ତଥା ଫାଇନାଲ ବା ନିର୍ଦ୍ଧାରକ ମ୍ୟାଚ ହେବ । କିନ୍ତୁ ମ୍ୟାଚ ଉପରେ ବାଧକ ସାଜିଛି ବର୍ଷା ।

Get real time updates directly on you device, subscribe now.