fbpx

ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ଵ ଛାଡିବା ନେଇ Shocked ରୋହିତ ଶର୍ମା, କହିଲେ…

ନୂଆଦିଲ୍ଲୀ: ଗତ କିଛି ସମୟ ହେବ ଭାରତୀୟ କ୍ରିକେଟ୍ ଦଳର ମହାନ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ କ୍ୟାରିୟର ଉତଥାନ ପତନଭରା ରହିଛି। ସବୁଠୁ କମ ସମୟରେ ୭୦ରୁ ଅଧିକ ଶତକ ଲଗାଇଥିବା ବିରାଟ ଦୀର୍ଘ ସମୟ ହେବ ଶତକଟିଏ ଅର୍ଜନ କରି ପାରି ନାହାନ୍ତି। ଏହା ବ୍ୟତୀତ ତାଙ୍କର ଅଧିନାୟକତ୍ଵକୁ ନେଇ ମଧ୍ୟ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ଏହି ସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପରେ ଅଚାନକ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡି ଦେଇଛନ୍ତି। ତାଙ୍କର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିରେ ସଭିଏ ହତଚକିତ। ଅଧିକାଂଶ କ୍ରିକେଟ୍ର ଏବଂ କ୍ରିକେଟ୍ ବିଶେଷଜ୍ଞ କୋହଲିଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଭାରତର ସୀମିତ ଓଭରର ଅଧିନାୟକ ରୋହିତ ଶର୍ମା ମଧ୍ୟ ଚକିତ। ଏପରିକି ସେ ବିରାଟ କୋହଲିଙ୍କୁ ଶୁଭକାମନା ଜଣାଇଛନ୍ତି।
ରୋହିତ ଶର୍ମା ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିରାଟ କୋହଲିଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, “Shocked!! ଏହା ବ୍ୟତୀତ ସବୁଠୁ ସଫଳ ଟେଷ୍ଟ ଅଧିନାୟକ କୋହଲିଙ୍କୁ ଶୁଭକାମନା ଜଣାଇ ଲେଖିଛନ୍ତି ଆଗାମୀ ଦିନ ପାଇଁ ବହୁତ ବହୁତ ଶୁଭକାମନା। ବିରାଟ ଏବଂ ରୋହିତଙ୍କ ମଧ୍ୟରେ ସଂପର୍କରେ ମତଭେଦ ଏବଂ ମତାନ୍ତର ଥିବା କୁହାଯାଏ। କିନ୍ତୁ ସର୍ବଦା ଦୁଇ ଖେଳାଳି ଏହି ଖବରକୁ ଖଣ୍ଡନ କରି ଆସିଛନ୍ତି।
ଭାରତର ଟେଷ୍ଟ ଦଳର ସବୁଠୁ ସଫଳ ଅଧିନାୟକ ବିରାଟ କୋହଲି ଦେଶ ପାଇଁ ସର୍ବାଧିକ ୪୦ ଟେଷ୍ଟ ମ୍ୟାଚ୍ ଜିତିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ୧-୨ରେ ପରାଜୟ ପରେ ସେ କ୍ରିକେଟ୍ର ସବୁଠୁ ଲମ୍ବା ଫର୍ମାଟ୍ର ଅଧିନାୟକ ଦାୟିତ୍ଵ ଛାଡିଛନ୍ତି। ଗତ ବର୍ଷ ସେ ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିଥିଲେ। ଏହା ପରେ ରୋହିତ ଶର୍ମାଙ୍କୁକ ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ କରାଯାଇଛି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ନିଯୁକ୍ତ କରାଯିବାର ସମ୍ଭାବନା ଅଧିକ ରହିଛି।

Get real time updates directly on you device, subscribe now.