fbpx
BJD SKY
BJD SKY

‘ମୁଁ OBC ସମୁଦାୟ ବିଷୟରେ କିଛି ବି କହିନି…’ ସ୍ପଷ୍ଟିକରଣ ଦେଲେ ବାବା ରାମଦେବ

BJD

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଅନ୍ୟ ପଛୁଆ ବର୍ଗ(ଓବିସି) ବିଷୟରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ଏହା ପରେ ସେ ଏକ ବୟାନ ମାଧ୍ୟମରେ ସ୍ପଷ୍ଟିକରଣ ଦେଇଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବାବା ରାମଦେବ ତାଙ୍କ ବୟାନରେ କହିଥିଲେ ଯେ ସେ AIMIM ନେତା ଅସଦୁଦ୍ଦୀନ୍ ଓୱାଇସିଙ୍କୁ ଟାର୍ଗେଟ କରିଥିଲେ । ଓବିସି ସମୁଦାୟର ଅପମାନ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା ।

ତେବେ ଏହି ଭିଡ଼ିଓରେ ଓବିସି ସମୁଦାୟ ବିରୋଧରେ ଟିପ୍ପଣୀ ଦେଇଥିବା ବାବା ରାମଦେବଙ୍କ ବୟାନରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଭିଡ଼ିଓରେ ବାବା ରାମଦେବ ପ୍ରଥମେ ନିଜକୁ ବ୍ରାହ୍ମଣ ବୋଲି କହିଛନ୍ତି ଏବଂ ପରେ ଓବିସି ବୋଲି କହିଛନ୍ତି । ଏହି ବିବାଦୀୟ ବୟାନ ପରେ ମିଡ଼ିଆ ସମ୍ମୁଖରେ ସେ ସ୍ପଷ୍ଟିକରଣ ଦେଇ କହିଥିଲେ, ‘ମୁଁ ଓୱାଇସି କହିଥିଲି, ଓବିସି ନୁହେଁ । ଓୱାଇସିଙ୍କ ପୂର୍ବଜ ରାଷ୍ଟ୍ର ବିରୋଧି ଥିଲେ । ମୁଁ ତାଙ୍କୁ ଗମ୍ଭୀରତାର ସହ ନେଉନାହିଁ । ମୁଁ ଓବିସି ସମୁଦାୟ ବିଷୟରେ କିଛି ବି କହିନି ।’

Get real time updates directly on you device, subscribe now.