fbpx

ପାକ୍ ଆତଙ୍କୀର ହେବ ସର୍ବନାଶ: ‘ଅପରେସନ ସର୍ବଶକ୍ତି’ ନଷ୍ଟ କରିବ ପାକିସ୍ତାନର ଗେମ୍ ପ୍ଲାନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପାକିସ୍ତାନର ଆତଙ୍କବାଦୀ ଗତିବିଧି ବିରୋଧରେ ଭାରତ ପ୍ରସ୍ତୁତ କରିଛି ବଡ଼ ପ୍ଲାନ । ପାକ୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଇଣ୍ଡିଆନ୍ ଆର୍ମି ନେଇଛି ବଡ଼ ପଦକ୍ଷେପ । ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସବୁ ପ୍ଲାନ ବରବାଦ କରିବାକୁ ଭାରତୀୟ ସେନା ଆରମ୍ଭ କରିଛି ‘ଅପରେସନ୍ ସର୍ବଶକ୍ତି’ । କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ପୀର-ପଞ୍ଜଲ ପର୍ବତ ଶୃଙ୍ଖଳାର ଉଭୟ ପାଖରେ ଆକ୍ଟିଭ ଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ ରହିବ ।

ସୁରକ୍ଷାବାହିନୀର ସୂଚନା ଅନୁସାରେ, ପୀର ପଞ୍ଜଲ ପର୍ବତ ଶୃଙ୍ଖଳାର ଉଭୟ ପାକରେ ଜଏଣ୍ଟ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ସଫଳ କରିବା ପାଇଁ ‘ଅପରେସନ ସର୍ବଶକ୍ତି’ ପ୍ରସ୍ତୁତ କରାଯାଇଛି । ଏଥିରେ ଶ୍ରୀନଗରର ଚିନାର କୋର ସହ ନଗରକୋଟା ମୁଖ୍ୟାଳୟର ହ୍ୱାଇଟ ନାଇଟ କୋର ଏକା ସାଙ୍ଗରେ ଅପରେସନରି ସାମିଲ ହେବେ । ଏହାବ୍ୟତୀତ ସେ କହିଛନ୍ତି ଯେ, ବିଶେଷ କରି ପର୍ ରାଜୌରୀ ପୁଂଛ ସେକ୍ଟରରେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ପୁନର୍ଜିୀବିତ କରିବା ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ସହଯୋଗ କରିବେ ଜାମ୍ମୁ-କାଶ୍ମୀର ପୋଲିସ ।

ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ପୀର ପଞ୍ଜଲ ପର୍ବତ ଶୃଙ୍ଖଳାର ଦକ୍ଷିଣରେ, ବିଶେଷ କରି ପୁଂଛ ସେକ୍ଟରରେ ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଗତ କିଛି ଦିନରେ ଆତଙ୍କୀ ଆକ୍ରମଣରେ ପ୍ରାୟ ୨୦ ଯବାନ୍ ସହୀଦ ହୋଇସାରିଛନ୍ତି । ଏହି ‘ଅପରେସନ ସର୍ବଶକ୍ତି’ ୨୦୦୩ ମସିହାରେ ଆରମ୍ଭ ହୋଇଥିବା ‘ଅପରେସନ ସର୍ପବିନାଶ’ ଆଧାରରେ ଆଗେଇବା ନେଇ ଆଶା କରାଯାଉଛି । ‘ଅପରେସନ ସର୍ପବିନାଶ’ ୨୦୦୩ ମସିହାରେ ପୀର ପଞ୍ଜଲର ସେହି ଅଞ୍ଚଳରେ ଆତଙ୍କବାଦୀର ବିନାଶ କରିବା ପାଇଁ ଆରମ୍ଭ କରିଥିଲା ଇଣ୍ଡିଆନ୍ ଆର୍ମି ।

Get real time updates directly on you device, subscribe now.