fbpx
BSKY
BJD YOUTH SKY
BJD MS SKY

କୋଇଲା ଭାଟି ଜାଳି ଶୋଇଥିବା ସମୟରେ ଜଳିଗଲେ ୬ ଜଣ, ଏମାନଙ୍କ ମଧ୍ୟରେ ରହିଛନ୍ତି ୨ ଶିଶୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍‌ରେ ଏବେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଏପରି ସ୍ଥିତିରେ ଲୋକମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଇଲା ଭାଟି ଜଳାଇ ଶୋଉଛନ୍ତି । ତେବେ ଏହି କୋଇଲା ଭାଟି କିଛି ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । କୋଇଲା ଭାଟି ଜଳାଇ ଶୋଇବା ଘଟଣାରେ ଦିଲ୍ଲୀରେ ଅଲଗା ଅଲଗା ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି ।
ଦିଲ୍ଲୀର ଅଲ୍ଲିପୁରରେ ଅଞ୍ଚଳରେ କୋଇଲା ଭାଟି ଜଳାଇ ଶୋଇଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏମାନେ ରାତିରେ କୋଇଲା ଭାଟି ଜଳାଇ ଶୋଇଥିଲେ । ସକାଳେ ପଡୋଶୀ ଦେଖିବା ପରେ ପୋଲିସରେ ଖବର ଦେଇଥିଲେ ।

ପୋଲିସ କହିଛି କୋଇଲା ଭାଟିର ଧୂଆଁ ରୁମ୍‌ରେ ଭରିହୋଇ ଯିବା ପରେ ଗୋଟିଏ ପରିବାରର ୨ ଜଣ ଶିଶୁଙ୍କ ସହ ୪ ଜଣ ରୁନ୍ଧି ହୋଇ ମୃତ୍ୟୁବରଣ କରିଛନ୍ତି । ଏବେ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି କୋଇଲାର ନମୂନା ସଂଗ୍ରହ କରିଛି । ଘଟଣାର ଯାଞ୍ଚ ଚାଲିଛି ।

ଅନ୍ୟପକ୍ଷରେ ପଶ୍ଚିମ ଦିଲ୍ଲୀର ଇନ୍ଦ୍ରପୁରୀରେ ମଧ୍ୟ କୋଇଲା ଭାଟି ନିଆଁରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସି ୬୮ ଉଷା ଇନଷ୍ଟିଚ୍ୟୁଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣଙ୍କ ବୟସ ୨୨ ଓ ଅନ୍ୟଜଣଙ୍କ ବୟସ ୫୪ ବର୍ଷ ରହିଛି । ୨ ଜଣ କୋଇଲା ଭାଟି ଜଳାଇ ରୁମ୍‌ରେ ଶୋଇଥିଲେ ।

Get real time updates directly on you device, subscribe now.