fbpx

ମତେ ପୁରୁଷଙ୍କର ଆବଶ୍ୟକତା ନାହିଁ….. ଏଭଳି କହି ନିଜକୁ ବିବାହ କରିଲେ ଅଭିନେତ୍ରୀ

ମୁମ୍ବାଇଁ: ସମୟ ପରିବର୍ତ୍ତନ ହେଉଛି ଆଉ ଏହା ସହିତ ଲୋକ ମାନଙ୍କ ବିବାହକୁ ନେଇ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି । ଆଧୁନିକ ଦୁନିଆରେ ଏଭଳି ଅନେକ ଝିଅ ଅଛନ୍ତି ଯେଉଁମାନେ ଏକୁଟିଆ ରହୁଛନ୍ତି । କେବଳ ଏତିକି ନୁହେଁ ସେମାନେ ଏକାକୀ ରହିବାକୁ ହିଁ ବହୁତ ଭଲ ପାଆନ୍ତି । ବର୍ତ୍ତମାନ ‘ଦିୟା ଓର ବାତି ହମ’ର କନିସ୍କା ସୋନି ଲୋକପ୍ର୍ରିୟ ଅଭିନେତ୍ରୀ ସେ ମଧ୍ୟ ଏକୁଟିଆ ରହିବାକୁ ମନସ୍ତ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଛାଡିଛନ୍ତି ଏବଂ ଏହାର ନିମ୍ନରେ ଲେଖିଛନ୍ତି ମୋତେ କୌଣସି ପୁରୁଷଙ୍କର ଆବଶ୍ୟକତା ନାହିଁ । ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ନିଜକୁ ନିଜେ ବିବହା ମଧ୍ୟ କରିଛନ୍ତି । ସେ ତାଙ୍କ ଆକାଉଣ୍ଟରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମଙ୍ଗଳସୁତ୍ର ଏବଂ ସିନ୍ଦୁରରେ ନଜର ଆସିଛନ୍ତି । ଏହି ଫଟୋ ଗୁଡିକ ପୋଷ୍ଟ କରି ସେ ଲେଖିଛନ୍ତି ମୁଁ ନିଜକୁ ନିଜେ ବିବାହ କରଛି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ମୁଁ ଏକା ବହୁତ ଖୁସିରେ ଅଛି । ମୋ ସହିତ ମୋ ଗୀତାର ଅଛି । ମୋତେ କୌଣସି ପୁରୁଷର ଆବଶ୍ୟକତା ନାହିଁ । ଉଭୟ ଶିବ ଆଉ ଶକ୍ତି ମୋ ଭିତରେ ଅଛନ୍ତି । ମୋର ଆଉ କେହି ଆବଶ୍ୟକତା ନାହାନ୍ତି ।

ତେବେ କନିସ୍କା ଦିୟା ଓର ବାତି ହମ,ପବିତ୍ର ରିସ୍ତା,ଦେବୀ ଆଦି ପରଶକ୍ତି ଆଦି ଟିଭି ସିରିୟଲରେ କାମ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ଆଉ ବର୍ତ୍ତମାନ ତାଙ୍କର ଏହି ଘୋଷଣା ପରେ ତାଙ୍କ ପ୍ରଶଂସକ ମାନେ ବହୂତ ଚିନ୍ତା ପ୍ରକାଶ କରିବା ସହିତ କିଛି କିଛି ତାଙ୍କର ଏହି ପଦକ୍ଷପ ପାଇଁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି ।

Get real time updates directly on you device, subscribe now.