fbpx
BJD
BJD SKY
BJD SKY

ଏଠିକାର ପଥର ଦେଉଛି ଅଣ୍ଡା:ଯିଏ ଚୋରି କରିବ ସେ ହେବ ଭାଗ୍ୟବାନ

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ ବିଚିତ୍ର ତାର ପରିକଳ୍ପନା । ଏ ବିଶ୍ୱରେ ଲୁଚି ରହିଛି ଅନେକ ରହସ୍ୟମୟୀ ଘଟଣା । ଯାହାକୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦୁନିଆରେ ଆଜିବି ଏପରି କିଛି ରହସ୍ୟମୟୀ ପ୍ରାକୃତିକ ଜାଗା ରହିଛି, ଯେଉଁଠାରେ ରହସ୍ୟମୟୀ ଓ ବିଚିତ୍ର ଚିତ୍ର ଦେଇବାକୁ ମିଳିଛି । ଆପଣମାନେ ଜାଣଇଥିବେ ପ୍ରାୟତଃ କୁକୁଡାମାନେ ଅଣ୍ଡା ଦେଇଥାନ୍ତି । କିନ୍ତୁ ଚିନରେ ଏପରି ଏକ ଜାଗା ରହିଛି ଯେଉଁଠାରେ ପଥର ଅଣ୍ଡା ଦେଉଛି । ଯେଉଁ ରହସ୍ୟକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୌଜ୍ଞାନିକମାନେ ଚିନ୍ତାରେ ଅଛନ୍ତି ଯେ ଏପରି ଘଟଣା କିପରି ସମ୍ଭବ ହେଉଛି ।

ଚିନର ଜିଜୋ ପ୍ରଦେଶରେ ଏପରି ଏକ ଜାଗା ରହିଛି ଯେଉଁଠାରେ ଏକ ପଥର ତିରିଶ ବର୍ଷରେ ଥରେ ଅଣ୍ଡା ଦେଇଥାଏ । ତେବେ ବୈଜ୍ଞାନିକମାନେ ଏହି ବିଚିତ୍ର ଘଟଣା ବିଷୟରେ ଜାଣିବା ପରେ ଏହା ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଥିଲେ । ଅନ୍ୟପକ୍ଷେ ସେଠାକାର ଲୋକଙ୍କ ବିଶ୍ୱାସ ଅଛି ଯେ ଏହି ଅଣ୍ଡାକୁ ଯିଏ ଚୋରି କରିପାରିବ ତାର ଭାଗ୍ୟ ବଦଳି ଯିବ । ତେବେ ଏହି କଥା କେତେ ସତ ଓ କେତେ ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

ଅଣ୍ଡା ଦେଉଥିବା ଏହି ପଥରର ଉଚ୍ଚତା ୧୯ ଫୁଟ୍ ହୋଇଥିବା ବେଳେ ଏହାର ଲମ୍ବ ୬୫ ଫୁଟ ରହିଥାଏ । ସେହିପରି ଏହି ପଥରଠାରୁ ତିରିଶ ବର୍ଷ ପରେ ଅଣ୍ଡା ଅଲଗା ହୋଇଥାଏ । ତେବେ ଏହି ଚମକ୍ରାର ଏବଂ ରହସ୍ୟମୟୀ ଘଟଣା ଦେଖିବାକୁ ଚିନର ବିଭିନ୍ନ ସ୍ଥାନରୁ ଅନେକ ଲୋକେ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ଏହି ପଥରରେ ୭୦ଟି ଅଣ୍ଡା ସଂରକ୍ଷିତ ହୋଇ ରହିଛି ।
ଚିନର ଜିଜୋ ପ୍ରଦେଶରେ ଥିବା ଲୁ ଗାଁର ଏହି ରହସ୍ୟମୟୀ ଗୁମ୍ଫାକୁ ଚନ୍ ଦନ୍ ୟା କୁହାଯାଏ । ତେବେ ଅଣ୍ଡା ଦେଉଥିବା ଏହି ପଥର କଳା ହୋଇଥିବା ବେଳେ ବାହାରକୁ ଏହି ଅଣ୍ଡା ଚିକ୍କଣ ଓ ଶୀତଳ ହୋଇଥାଏ । ତେବେ ଚିନର ଲୋକମାନେ ଏହି କଳା ରଙ୍ଗର ଅଣ୍ଡାକୁ ଭାଗ୍ୟର ପ୍ରତୀକ ବୋଲି ବିଶ୍ୱାସ କରିଥାନ୍ତି । ତେଣୁ ଏହି ଅଣ୍ଡାକୁ ପାଇବା ପାଇଁ ପ୍ରତିବର୍ଷ ଏଠାକୁ ଅନେକ ଲୋକ ଆସିଥାନ୍ତି ।

ବୈଜ୍ଞାନିକମାନେ ଏହି ଅଣ୍ଡାର ରହସ୍ୟ ଜାଣିବା ପାଇଁ ବର୍ଷ ବର୍ଷ ଧରି ଗବେଷଣା କରୁଛନ୍ତି । ତେବେ ଭୌଗୋଳିକ ପରିକ୍ଷଣରୁ ଏହା ଜଣା ପଡିଛି ଯେ ପ୍ରାୟ ୫୦୦ ନିୟୁତ ବର୍ଷ ପୂର୍ବେ କାମ୍ବ୍ରିଆନ୍ ସମୟରେ ଏହି ପଥର ସୃଷ୍ଟି ହୋଇଥିଲା । ଏଠାରେ କାମ କରି ସାରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପଥର ତିଆରି ହେବା ଓ ନଷ୍ଟ ହେବା ପାଇଁ ନେଉଥିବା ସମୟର ପ୍ରତିକ୍ରିୟା କାରଣରୁ ଏହି ନିର୍ଦ୍ଧିଷ୍ଟ ଅଣ୍ଡା ତିଆରି ହୋଇଥାଏ ।

Get real time updates directly on you device, subscribe now.